୧୨ ଘଣ୍ଟା ପରେ ଧରାପଡିଲା ହତ୍ୟାକାରୀ ସ୍ୱାମୀ, ପରକୀୟ ପ୍ରୀତିରୁ ସ୍ତ୍ରୀକୁ ମାରିଥିବା ପୋଲିସ ଆଗରେ ମାନିଲା ସତ
29/05/2023 at 4:16 PM

ନୂଆପଡା ୨୯/୦୫: ଯୋଜନା ବଦ୍ଧ ଭାବରେ ସ୍ତ୍ରୀକୁ ହତ୍ୟା କରି ଲୁଚି ରହିଥିବା ସ୍ୱାମୀକୁ ୧୨ ଘଣ୍ଟା ମଧ୍ୟରେ ଗିରଫ କଲା ନୂଆପଡା ପୋଲିସ । ପରକିୟା ପ୍ରୀତି ହତ୍ୟାର କାରଣ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଲେ ନୂଆପଡା ଏସପି ।
ସୂଚନା ଥାଉକି, ନୂଆପଡା ଜିଲ୍ଲା କୋମନା ଥାନା ଢୋର୍ଲ୍ଲାମୁଣ୍ଡା ପଞ୍ଚାୟତର ଛତା ଗ୍ରାମର ଘଟଣା ଜଗବନ୍ଧୁ ତାଣ୍ଡି ଓ ସ୍ତ୍ରୀ ସୁନେ ତାଣ୍ଡିକୁ ବିଭତ୍ସ ଭାବେ କରିଥିଲେ ହତ୍ୟା । ସ୍ତ୍ରୀର ଅନ୍ୟ କେଉଁ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ସନ୍ଦେହରେ ସ୍ୱାମୀ ଓ ସ୍ତ୍ରୀ ଭିତରେ ଅନେକ ସମୟରେ ଲାଗ ରହୁଥିଲା ପାଟିତୁଣ୍ଡ । ଏହା ଚିନ୍ତା କରି ସ୍ତ୍ରୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ଜଗବନ୍ଧୁ ।
ଗତ ୨୪ ତାରିଖରେ ସମ୍ପର୍କୀୟଙ୍କ ଘର ବୋଡେନ ବ୍ଲକ ସ୍ଥିତ ସିରଲି ଗାଁକୁ ଯିବାକୁ କହି ଜଗବନ୍ଧୁ ସ୍ତ୍ରୀ ସୁନେ ତାଣ୍ଡିକୁ କହିଥିଲେ । ସାଇକେଲ ଯୋଗେ ବାହାରିଥିଲେ ଉଭୟ । ହେଲେ ସେବେଠାରୁ ଆଉ ଘରକୁ ଫେରିନଥିଲେ ଉଭୟ । ୨୭ ତାରିଖରେ ବାପା ମାଆ ନିଖୋଜ ନେଇ କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୂଅ ସୁରେନ୍ଦ୍ର ତାଣ୍ଡି ।
ହେଲେ ସେହିଦିନ ସନ୍ଧ୍ୟାରେ ଘୋଡାଘାଟ ନଦୀ ପାଖ ଝରଣାମାଲ ଗାଁ ଜଙ୍ଗଲ ଭିତରୁ ଗଳିତ ମୃତଦେହ ପଡିଥିବା ଲୋକେ ଦେଖିଥିଲେ । ଯାହାକୁ ପୁଅ ସୁରେନ୍ଦ୍ର ମାଆ ସୁନେଙ୍କର ବୋଲି ଚିହ୍ନଟ କରିଥିଲା । ପରେ ସିନାପାଲି ଥାନା ସରଧାପୁର ଗାଁ ତାଙ୍କ ସମ୍ପର୍କୀୟଙ୍କ ଘରୁ ଜଗବନ୍ଧୁକୁ ଆଣି ପଚରା ଉଚରା କରିଥିଲା ପୋଲସି । ଆଉ ଜେରା ବେଳେ ସତ ମାନିଥିଲା ସ୍ୱାମୀ ।
ପରେ ନୂଆପଡା ଏସପି ଜି ଆର ରାଘବେନ୍ଦ୍ର ଓ ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକଙ୍କ ନେତୃତ୍ବରେ ଘଟଣା ସ୍ଥଳକୁ ଅଭିଯୁକ୍ତ ଜଗବନ୍ଧୁକୁ ନେଇ ସିନ୍ ରିକ୍ରିଏସନ କରିଥିଲା ପୋଲିସ । ପରକିୟା ପ୍ରିତୀ କାରଣରୁ ଯୋଜନାବଦ୍ଧ ଭାବରେ ଏକ ଠେଙ୍ଗାରେ ମାରି ହତ୍ୟା କରିଥିବା ସ୍ୱିକାର କରିଥିଲା ସୁନେଙ୍କ ସ୍ବାମୀ ଜଗବନ୍ଧୁ । ସୋମବାର ଅଭିଯୁକ୍ତ ଜଗବନ୍ଧୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।