ମାଟି ତଳେ ସୁନାହଣ୍ଡା ! ଗୁପ୍ତଧନ ପାଇବାକୁ ନିଶାର୍ଦ୍ଧରେ ଚାଲିଥିଲା ପୂଜାର୍ଚ୍ଚନା, ହାତରେ ଥିଲା ଛୁରି, ଖଣ୍ଡା ଓ ଶାବଳ

Published By : Prameya-News7 Bureau | June 18, 2020 IST

ବୌଦ୍ଧ୧୮/୬: ବୌଦ୍ଧ ଜିଲ୍ଲାରେ ଏକ ଅଦ୍ଭୁତ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତି ବିଲମାଳ ଅଞ୍ଚଳରେ ଜଣେ ମହିଳାଙ୍କ ସମେତ ୭ ବୁଲୁଥିବାର ସ୍ଥାନୀୟ ଦେଖିଥିଲେ। ଏତେ ରାତିରେ ଏମାନେ କାହିଁକି ବୁଲୁଛନ୍ତି ଭାବି ସନ୍ଦେହରେ ଗ୍ରାମବାସୀ  ୭ ଜଣ ସନ୍ଦିଗ୍ଧଙ୍କୁ ଧରି ପୋଲିସ୍‌ ଜିମା ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା କରଞ୍ଜକଟା ଗ୍ରାମର ଈଶ୍ୱରଙ୍କ ଘରକୁ ୩ଟି କାର୍ ଯୋଗେ କିଛି ଅଚିହ୍ନା ଲୋକ ଅପରାହ୍ନରେ ଆସିଥିଲେ। ରାତି ପ୍ରାୟ ୧୦ଟାରେ ସାହିର କିଛି ଲୋକଙ୍କ ସହ ମିଶି ଦଳ ବଦ୍ଧ ହୋଇ ଗ୍ରାମର ବିଲମାଳ ମଧ୍ୟରେ ପୂଜାର୍ଚ୍ଚନା କରୁଥିଲେ। ଏ ଘଟଣା ଗ୍ରାମର କିଛି ଯୁବକ ଦେଖିବା ପରେ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇଥିଲେ । ସ୍ଥାନୀୟ ଯୁବକଙ୍କୁ ଦେଖି ଜାଗା ଛାଡ଼ି ପ୍ରାୟ ୧୫ ଜଣ ଜାଗା ଛାଡି ଦୌଉଡି ପଳାଇଥିଲେ । ଯୁବକମାନେ ସେମାନଙ୍କୁ ଗୋଡାଇ ଗୋଡାଇ ବାହାର ଅଞ୍ଚଳରୁ ଆସିଥିବା ଜଣେ ମହିଳାଙ୍କ ସହ ୭ଜଣଙ୍କୁ କାବୁ କରି ନେଇଥିଲେ । ଅନ୍ୟମାନେ କାର୍‌ରେ ଚାଲି ଯାଇଥିଲେ।

ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଠାରୁ କୋଡି, ଶାବଳ, ଖଣ୍ଡା ଓ ଛୁରି ଆଦି ଉଦ୍ଧାର କରାଯାଇଛି । ସେମାନେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଗୁପ୍ତଧନ ଓ ସୁନାହଣ୍ଡା ଆଦି ଖୋଳିବା ପାଇଁ କରଞ୍ଜକଟା ଆସିଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ଗ୍ରାମବାସୀ ରାତିରେ ଫୋନ୍ ଯୋଗେ ଏ ଘଟଣା ସଂପର୍କରେ ପୁରୁଣାକଟକ ପୋଲିସକୁ ଖବର ଦେଇଥିଲେ।  ପୋଲିସ କରଞ୍ଜକଟା ଗ୍ରାମରେ ପହଁଞ୍ଚି ସନ୍ଦିଗ୍ଧମାନଙ୍କୁ ଥାନାରେ ଅଟକ ରଖିଛି। ଏ ସମସ୍ତ ବ୍ୟକ୍ତି କନ୍ଧମାଳ, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଅଧିବାସୀ ବୋଲି ଜଣାପଡିଛି । ସେମାନଙ୍କ ସହ ସଂପୃକ୍ତ ଥିବା ଗ୍ରାମର ଈଶ୍ୱର ଓ ଗୋଲେଖ ପୋଲିସ ଅଟକ ରଖି ପଚରାଉଚୁରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.