ପଶ୍ଚିମବଙ୍ଗ ପରେ ଏବେ ଆନ୍ଧ୍ର ପ୍ରଦେଶ: ଉଦ୍ଘାଟନ ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ପଥରମାଡ଼
11/01/2023 at 10:13 PM

ହାୋଇଦ୍ରାବାଦ: ପଶ୍ଚିମବଙ୍ଗ ପରେ ଏବେ ଆନ୍ଧ୍ରପ୍ରଦେଶରେ ବି ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ମାଡ଼। ବୁଧବାର ବିଶାଖାପାଟନମରେ ଟ୍ରେନ୍ର ଏକ ବଗିକୁ ପଥରମାଡ଼ କରାଯାଇଛି। ଏଥିରେ ଟ୍ରେନ୍ର କାଚ ଭାଙ୍ଗିଥିବା ସୂଚନା ମିଳିଛି। ଜାନୁଆରୀ ୯ ତାରିଖରେ ଏହି ଟ୍ରେନ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭ ଉଦ୍ଘାଟନ କରାଯିବାର ଥିଲା। ହେଲେ ତା ପୂର୍ବରୁ ଏହି ଆକ୍ରମଣ କରାଯାଇଛି।
ପ୍ରଥମେ ଏହି ଟ୍ରେନ୍ର ସଫଳ ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ସରିବା ପରେ ବିଶାଖାପାଟନମ ରେଳ ଷ୍ଟେସନରୁ ଟ୍ରେନ୍ଟିକୁ ମାର୍ରିପାଲେମ୍ରେ ଥିବା କୋଚ୍ ମେଣ୍ଟେନାନ୍ସ ସେଣ୍ଟରକୁ ନିଆଯାଉଥିବା ବେଳେ ପଥରମାଡ଼ ଘଟଣା ଘଟିଛି। ଗୋଟିଏ ବଗିର ଦୁଇଟି ଝରକା କାଚ ଭାଙ୍ଗିଯାଇଥିବା ସୂଚନା ମିଳିଛି।
ଦୁର୍ଘଟଣା ନେଇ ସୂଚନା ଦେଇ ଡିଆର୍ଏମ୍ ଅନୁପ କହିଛନ୍ତି “ ଆଜି ସନ୍ଧ୍ୟା ସାଢ଼େ ୬ଟା ସମୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ବିଶାଖାପାଟନମ ରେଳ ଷ୍ଟେସନରୁ କୋଚିଂ କମ୍ପେକ୍ସ ଯାଉଥିବା ବେଳେ କିଛି ଅସାମାଜିକ ପଥର ମାଡ଼ କରିଛନ୍ତି। ଏହି ଘଟଣାରେ ରେଳବାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।”