ପୁରୀରେ ବହୁ ପ୍ରତିକ୍ଷୀତ ଶ୍ରୀଜଗନ୍ନାଥ ଆଉଟଡ଼ୋର ଷ୍ଟାଡ଼ିୟମର ଶିଳାନ୍ୟାସ, ଅବଢ଼ା ଯୋଜନାରୁ ଖର୍ଚ୍ଚ ହେବ ୨୬ କୋଟି ୧୬ ଲକ୍ଷ ଟଙ୍କା

Published By : Prameya-News7 Bureau | February 28, 2019 IST

ପୁରୀ ୨୮|୨: (ଚିତ୍ତରଂଜନ ମହାନ୍ତି): ପୁରୀରେ ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଆଉଟଡ଼ୋର ଷ୍ଟାଡ଼ିୟମର ଶିଳାନ୍ୟାସ ।  ଅବଢ଼ା ଯୋଜନାରେ ଷ୍ଟାଡ଼ିୟମ ପାଇଁ ୨୬ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଦେଢ଼ ବର୍ଷରେ କାମ ସରିବ । ତେବେ ୧୯୮୭ ମସିହାରୁ ବାରମ୍ବାର ଶିଳାନ୍ୟାସ ହେଉଛି । ହେଲେ ଆଜି ଯାଏଁ ଇଟା ଖଣ୍ଡେ ପଡ଼ିନଥିବାରୁ ବିକ୍ଷୋଭ ପ୍ରଦର୍ଶନ କରିଛି ଶ୍ରୀଜଗନ୍ନାଥ ସେନା ।

{"id":89479}

ପୁରୀର ଅନେକ କ୍ରୀଡାବିତ୍ ରାଜ୍ୟ ଏବଂ ଜାତୀୟ ସ୍ତରରେ ନାଁ କମେଇଛନ୍ତି । କିନ୍ତୁ ଏଠି କ୍ରୀଡ଼ା ଭିତ୍ତିଭୂମି ବୋଲି କିଛି ନାହିଁ । ୧୯୮୭ରେ ଭୁଦାନ ଛକ ନିକଟରେ ଶ୍ରୀଜଗନ୍ନାଥ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ ପ୍ରାୟ ୧୨ ଏକର ଜମି ଚିହ୍ନଟ ହେଲା ।  ଏକର ପିଛା ଟଙ୍କାଏ ଲେଖାଏଁ ହିସାବରେ କିଣାହେଲା ଜମି । ଏ ଭିତରେ ୩୨ ବର୍ଷ  ବିତିଲାଣି । ବାରମ୍ବାର ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି । ପ୍ରଥମେ କେନ୍ଦ୍ର ସରକାରଙ୍କ ତରଫରୁ ଷ୍ଟାଡ଼ିୟମ ପ୍ରାଚୀର ଓ କ୍ୟାମ୍ପସ ପାଇଁ ଆସିଥିଲା ୯୦ ଲକ୍ଷ ଟଙ୍କାର ଅନୁଦାନ । ହେଲେ ଷ୍ଟାଡ଼ିୟମ୍ ପାଇଁ ଥିବା ଜମିରେ ୪୦ ଟି ଦୋକାନ ଗୃହ କରାଯାଇ ୮ ବର୍ଷ ହେବ ଭଡ଼ା ଲାଗିଛି ଯାହା ।

{"id":89480}

କେନ୍ଦ୍ର ସରକାରଙ୍କ ଖେଲୋ ଇଣ୍ତିଆ ଯୋଜନାରେ ୭ କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ଇନଡୋର ଷ୍ଟାଡ଼ିୟମ ନିର୍ମାଣ ଚାଲିଛି । ଏହା ୩ ମାସରେ କାମ ସାରିବାକୁ  ଲକ୍ଷ୍ୟ ରଖାଯାଇଛି । ସେହିପରି ଅବଢ଼ା ଯୋଜନାରେ ଆଉଟଡ଼ୋର ଷ୍ଟାଡ଼ିୟମ ପାଇଁ ବ୍ୟୟ ବରାଦ ହୋଇଛି ୨୬ କୋଟି ୧୬ ଲକ୍ଷ ଟଙ୍କା । ୧୨ ଏକର ଜମିରେ ୨୮୦୦ ଦର୍ଶକ ବସିବା ପାଇଁ ଗ୍ୟାଲେରୀ, ୫୦୦ ରୁ ୭୦୦ ଖେଳାଳି ରହିବା ବ୍ୟବସ୍ଥା ହେବ । ୪୦୦ ମିଟର ଟ୍ରାକ୍, କ୍ରିକେଟ, ଫୁଟବଲ, ହକି, କବାଡ଼ି, ବାସ୍କେଟ ବଲ, ଲନ୍ ଟେନିସ, ସୁଇମିଂ ପୁଲ୍, ସଫ୍ଟବଲ, ବେସବଲ, ଖୋଖୋ ଖେଳ ପାଇଁ ରହିବ ସମସ୍ତ ସୁବିଧା । ଷ୍ଟାଡ଼ିୟମରେ ସମସ୍ତ ଅତ୍ୟାଧୁନିକ କ୍ରୀଡ଼ା ଉପକରଣ ଓ ଗ୍ୟାଲେରୀର ବ୍ୟବସ୍ଥା ବି ହେଉଛି ।  ଦିଲ୍ଲୀର ଏକ ପ୍ରତିଷ୍ଠିତ କଂପାନୀ ଷ୍ଟାଡ଼ିୟମ୍ ନିର୍ମାଣ ଦାୟିତ୍ୱ ନେଇଛି । ତେବେ ବାରମ୍ୱାର ଏଭଳି ଶିଳାନ୍ୟାସ କରାଯାଉଥିବାରୁ ବିକ୍ଷୋଭ ପ୍ରଦର୍ଶନ କରିଛି ଶ୍ରୀଜଗନ୍ନାଥ ସେନା ।

{"id":89483}

ତେବେ  ସତରେ ଏଥର ନିର୍ଦ୍ଧାରିତ ସମୟରେ କାମ ସରୁଛି ନା ପୁଣି ଗଡ଼ି ଗଡ଼ି ଯାଉଛି ତାକୁ ଏବେ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.