STFର ଚଢ଼ାଉ, କନ୍ଧମାଳ ଚକାପାଦ ଅଞ୍ଚଳରୁ ବାଘଛାଲ ଜବତ, ୪ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | August 03, 2022 IST

ଫୁଲବାଣୀ, ୦୩/୦୮: ଟିକାବାଲିରୁ ବାଘଛାଲ ଜବତ । କୌଣସି ସୂତ୍ରରୁ ଖବର ପାଇ ଏସଟିଏଫ ଟିମ୍‌ କନ୍ଧମାଳ ଜିଲ୍ଲା ଟିକାବାଲି ଜଙ୍ଗଲବିଭାଗ ରେଞ୍ଜ ଅନ୍ତର୍ଗତ ଚକାପାଦ ଅଂଚଳରେ ଚଢ଼ାଉ କରି ବାଘଛାଲ ଜବତ କରିଛି l ଏ ସମ୍ପର୍କରେ ଏସଟିଏଫ ଟିମ ଚାରି ଜଣକୁ ଗିରଫ କରିବାସହ ବନ୍ଧୁକ, ଗୁଳି, ଧନୁ ଶର ଆଦି ବିଭିନ୍ନ ମlରଣାସ୍ତ୍ର ମଧ୍ୟ ଜବତ କରିଛି ଏସଟିଏଫ. ।

ଗିରଫ ୪ ଅଭିଯୁକ୍ତ ସୁକୁମାର କହଁର, ବୀରେନ ମିତ୍ର ନାୟକ, ରଂଜିତ କହଁର ଓ ରବିନାରାୟଣ କହଁର ବୋଲି ଏସଟିଏଫ ଇନିସ୍ପେକ୍ଟର ଜଗନ୍ନାଥ ପ୍ରସାଦ ସାହୁ ସୂଚନା ଦେଇଛନ୍ତି l ଏହି ଛାଲ କାଲରାପତରିଆ ବାଘର ବୋଲି ଏସଟିଏଫ ଇନସ୍ପେକ୍ଟର ଶ୍ରୀ ସାହୁ କହିଛନ୍ତି l କନ୍ଧମାଳ ଜିଲ୍ଲାର ଘଞ୍ଚ ଜଙ୍ଗଲର ସୁଯୋଗ ନେଇ କିଛି ଜିଲ୍ଲା ବାହାର ଶିକାରୀ ସ୍ଥାନୀୟ ଲୋକଙ୍କୁ ଧରି ବାଘମାରି ଛାଲ କାରବାର କରୁଥିବା ଅଭିଯୋଗ ହେଉଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.