ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ, ଛାତ୍ରଛାତ୍ରୀ ପୁରସ୍କୃତ

Published By : Prameya-News7 Bureau | November 25, 2021 IST

ଭୁବନେଶ୍ୱର, ୨୫/୧୧: ଶୈଳବାଳା ମହିଳା ମହାବିଦ୍ୟାଳୟରେ ସ୍ଥାପନ କରାଯାଇଥିବା ମଧୁବାବୁଙ୍କର ପ୍ରତ୍ତିମୂର୍ତ୍ତୀ, ଓଡ଼ିଶାର ପ୍ରଥମ ପୂର୍ଣ୍ଣ ଅବୟବ  ପ୍ରତ୍ତିମୂର୍ତ୍ତୀ, ଓଡ଼ିଶାରେ ବ୍ରୋଞ୍ଜ ପ୍ରତ୍ତିମୂର୍ତ୍ତୀ ନିର୍ମାଣର ଜନକ ହିସାବରେ ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତି ସୁପରିଚିତ I ତାଙ୍କ ଦ୍ଵାରା ନିର୍ମିତ୍ତ ବିର୍ଶା ମୁଣ୍ଡାଙ୍କ ପ୍ରତ୍ତିମୂର୍ତ୍ତୀ, ସାଂସଦ ଭବନରେ ସ୍ଥାପନା ଅବସରରେ ସେ ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ I ଭାସ୍କର୍ଯ୍ୟ ଶିଳ୍ପୀଙ୍କର ୯୪ତମ ରାଜ୍ୟସ୍ତରୀୟ ଜୟନ୍ତୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଲଳିତ କଳା ଏକାଡେମୀ ଓ ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ ୨୫ ନଭେମ୍ବରରେ ପାଳନ କରାଯାଇଅଛି I ଏହି ଅବସରରେ ଏକାଡେମୀ ପରିସରରେ ଏକାଡେମୀର ସଭାପତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଶିଳ୍ପୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ I

ଶାସ୍ତ୍ରୀ ନଗର ସ୍ଥିତ ଶିଳ୍ପୀଙ୍କ ପ୍ରତ୍ତିମୂର୍ତ୍ତୀ ନିକଟରେ ଆୟୋଜିତ ସାଧାରଣ ସଭାରେ ଯୋଗଦାନକରି ବଡଚଣା ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ରାଜ୍ୟଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଓଡ଼ିଶା ଲଳିତ କଳା ଏକାଡେମୀ ସମ୍ପାଦକ ଶ୍ରୀ ପଞ୍ଚାନନ ସାମଲ, ଟ୍ରଷ୍ଟର ଅଧ୍ୟକ୍ଷ୍ୟା ଶ୍ରୀମତୀ ରୀତା ମହାନ୍ତି, ଡଃ ଅଲେଖ ସାହୁ, କ୍ୟାପଟେନ ଶ୍ରୀ ଧୀରେନ କୁମାର ମହାନ୍ତି, ଶ୍ରୀ ନରେନ ସାହୁ ଓ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚନ୍ଦନ କୁମାର ସାମଲ ପ୍ରମୁଖ ଆଧୁନିକ ଓଡ଼ିଶାର ଭାସ୍କର୍ଯ୍ୟ କଳାର ବିନ୍ଧାଣୀ ବିପ୍ରଚରଣ ମହାନ୍ତିଙ୍କ ଜୀବନୀ ଓ ତାଙ୍କର ନିଖୁଣ ପ୍ରତ୍ତିମୂର୍ତ୍ତୀ ନିର୍ମାଣ ଉପରେ ଆଲୋକପାତ କରିଥିଲେ I

ଏହି ଅବସରରେ ଧଉଳି ଚାରୁକଳା ମହାବିଦ୍ୟାଳୟରେ ଅନୁଷ୍ଠିତ “ସବୁଜ ଶକ୍ତି” ଉପରେ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ସରସ୍ଵତୀ ଅଙ୍ଗରିଆ, ଶକ୍ତିରଞ୍ଜନ ବାରିକ, ସ୍ମୃତିରଞ୍ଜନ ବେହେରା ଓ ମୃନ୍ମୟୀ ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.