ଭୁବନେଶ୍ବର ୫।୮: ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର । କେଉଁ ବିଭାଗରେ କେତେ ଅପାରଗ ଅଧିକାରୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ତାର ତଥ୍ୟ ମାଗିଲେ ମୁଖ୍ୟ ଶାସନ ସଚିବ । ଏ ନେଇ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ସମସ୍ତ ବିଭାଗକୁ ଚିଠି କରାଯାଇଛି । ଆସନ୍ତା ୭ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ସରକାରଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଲେଖାଯାଇଛି ଯେ, ଅଧିକାରୀ ଏବଂ କର୍ମଚାରୀଙ୍କ କାର୍ଯ୍ୟଶୈଳୀର ଟିକିନିଖି ସମୀକ୍ଷା କରାଯିବ । ଯେଉଁମାନେ ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟ ସମ୍ପାଦନା କରୁନାହାନ୍ତି ତଥା ଅପାରଗ ବୋଲି ବିବେଚିତ ହେବେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ । ସାଧାରଣ ପ୍ରଶାସନ ବିଭାଗର ୨୦୧୯ ସେପ୍ଟେମ୍ବର ୨୪ର ସର୍କୁଲାର ଅନୁଯାୟୀ, ସମ୍ପୃକ୍ତ ଅପାରଗ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ ।
You Can Read:
ମୋଡ଼ିଫାଏଡ ସାଇଲେନ୍ସର ଲଗାଇ କରୁଥିଲେ ବିକଟାଳ ଶବ୍ଦ, ୨୫୦ରୁ ଅଧିକ ସାଇଲେନ୍ସର ଉପରେ ଚଢ଼ିଲା ରୋଲର