ମାନସିକ ଭାରସାମ୍ୟ ହରାଇ SSB ଯବାନଙ୍କ ଆତ୍ମହତ୍ୟା
16/12/2022 at 5:08 PM

କଟକ ୧୬/୧୨: ବିଭାଗୀୟ ଅବହେଳା ଏବଂ ମାନସିକ ଚାପ ସହି ନପାରି ଏସଏସବି (ସଶସ୍ତ୍ର ସୀମା ବଳ) ବାଟାଲିୟନର ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ। ମୃତ ଯବାନଙ୍କ ପରିଚୟ ସୁଭାଶିଷ ସେଠୀ।ଚିକିତ୍ସାଧୀନ ଅବସ୍ଥାରେ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ସେ ୨୦୧୦ରେ ଏସଏସବି ଏସଏସବି ବାଟାଲିୟନରେ ସେ ଯୋଗ ଦେଇଥିଲେ। ଚଳିତ ବର୍ଷ ଅଗଷ୍ଟରୁ ସେ ଅସୁସ୍ଥତା ପାଇଁ ଛୁଟିରେ ଥିଲେ।
ପରେ କାର୍ଯ୍ୟରେ ଯୋଗ ଦେବାକୁ ଆବେଦନ କରିଥିଲେ। ତେଣୁ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ବିଭିନ୍ନ ପ୍ରମାଣପତ୍ର ମଗାଯାଇଥିଲା ଓ ତାଙ୍କୁ ଯୋଗ ଦେବାକୁ ଅନୁମତି ମିଳି ନଥିଲା। ଫଳରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତ ୧୩ ତାରିଖରେ ସୁଭାଶିଷ ଢେଙ୍କାନାଳରେ ଥିବା ତାଙ୍କ ଘରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକ ତୁରନ୍ତ ଢେଙ୍କାନାଳ ଓ ପରେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡିସେମ୍ୱର ୧୫ ବା ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।