scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଥାଇଲାଣ୍ଡର ରାଜନୈତିକ ଅସ୍ଥିରତାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଶ୍ରୀଥା ଥାଭିସିନ୍‌ ହେଲେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

22/08/2023 at 10:42 PM

ନୂଆଦିଲ୍ଲୀ, ୨୨/୦୮: ଥାଇଲାଣ୍ଡ୍‌ର ନୂଆ ପ୍ରଧାନମନ୍ତ୍ରୀ ହେଲେ ଟାଇକୂନ ଶ୍ରେଥା ଥାଭିସିନ୍‌। ମଙ୍ଗଳବାର ଥାଇ ସାଂସଦମାନେ ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶ୍ରେଥା ଥାଭିସିନ୍‌ ନାମକୁ ମଞ୍ଜୁରୀ ଦେଇଛନ୍ତି। ଥାଭିସିନ୍‌ଙ୍କ ପ୍ରଧାନମନ୍ତ୍ରୀ ହେବା ସହ ଥାଇଲାଣ୍ଡରେ ତିନି ମାସ ଧରି ରାଜନୀତିକ ଅସ୍ଥିରତାରେ ଯବନିକା ପଡ଼ିଛି। ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ ଶିନାବାତ୍ରା ମଧ୍ୟ ୧୫ ବର୍ଷର ନିର୍ବାସନ ପରେ ଥାଇଲାଣ୍ଡ୍‌ ଫେରିଥିଲେ ।

ତେବେ ଶ୍ରୀଥାଙ୍କ ପ୍ରଧାନମନ୍ତ୍ରୀ ହେବା ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ମେ ମାସରେ ହୋଇଥିବା ନିର୍ବାଚନରେ ମୁଭ୍‌ ଫରଓ୍ବାର୍ଡ ପାର୍ଟ (ଏମଏଫପି) ବିଜୟୀ ହୋଇଥିଲା ଆଉ ଶ୍ରୀଥାଙ୍କ ଫୁ ଥାଇ ପାର୍ଟି ଦ୍ବିତୀୟ ହୋଇଥିଲା। କିନ୍ତୁ ସାଂସଦ ଏବଂ ସିନେଟଙ୍କ ସମର୍ଥନ ନମିଳିବାରୁ ଏମଏଫପି ସରକାର ଗଢ଼ିବାରେ ଅସମର୍ଥ ହୋଇଥିଲା। ଫଳରେ ଆରମ୍ଭ ହୋଇଥିଲା ରାଜନୀତିକ ଅସ୍ଥିରତା। ଆଉ ଏହି ଅସ୍ଥିରତା ମଧ୍ୟରେ ଏବେ ଶ୍ରୀଥା ସହଜରେ ଦୁଇ ସଦନରେ ସଂଖ୍ୟା ଗରିଷ୍ଠତା ହାସଲ କରି ଥାଇଲାଣ୍ଡର ୩୦ ତମ ପ୍ରଧାନମନ୍ତ୍ରୀ ହୋଇଥିଲେ। ଶ୍ରୀଥା ଥାଭିସିନ୍ ପୂର୍ବ ଜୁଣ୍ଟା ଦ୍ବାରା ନିଯୁକ୍ତ ନିମ୍ନ ସଦନର ନିର୍ବାଚିତ ସାଂସଦ ଏବଂ ସିନେଟରଙ୍କ ବହୁମତ ପାଇଁ ଆବଶ୍ୟକୀୟ ୩୭୪ ଭୋଟରୁ ଅଧିକ ଭୋଟ୍ ହାସଲ କରିଥିଲେ। ଏହି ବିଜୟ ତାଙ୍କ ନେତୃତ୍ବ ଏବଂ ନୀତି ପ୍ରତି ସମର୍ଥନକୁ ସ୍ପଷ୍ଟ ପ୍ରଦର୍ଶନ।

ଆହୁରି ପଢ଼ନ୍ତୁ: ୟୁକ୍ରେନ ଯୁଦ୍ଧ ଅପରାଧରେ ଗିରଫଦାରୀର ଭୟ, BRICSରେ ଯୋଗ ଦେବା ପାଇଁ ଦକ୍ଷିଣ ଆଫ୍ରିକା ଆସିଲେନି ପୁଟିନ !

ଫୁ ଥାଉ ମେଣ୍ଟରେ ପ୍ରାୟ ଏକ ଡଜନରୁ ଅଧିକ ଦଳ ରହିଛନ୍ତି। ଯାହା ନିମ୍ନ ସଦନର ୫୦୦ରୁ ୩୧୪ ସିଟ୍‌ ଅକ୍ତିଆର କରିଛି। ଅବଶ୍ୟ ଏହି ମେଣ୍ଟର ପୂର୍ବତନ ରାଜନୈତିକ ବିରୋଧୀଙ୍କ ସହ ମିଶିବା ଆଶ୍ଚର୍ଯ୍ୟକର। କାରଣ ଏହି ମେଣ୍ଟରେ ଏଭଳି ଦଳ ଅଛନ୍ତି ଯେଉଁମାନେ ପୂର୍ବର ସୈନ୍ୟ ସମର୍ଥିତ ପାର୍ଟିରେ ମଧ୍ୟ ସାମିଲ୍‌ ଥିଲେ। କାରଣ ଅନେକ ବର୍ଷ ଧରି ସେନା ଥାଇଲାଣ୍ଡ ଶାସନ ଆକ୍ତିଆରରେ ରଖିଥିଲା। ସେନା ହିଁ ପୂର୍ବରୁ ଫୁ ଥାଇ ପ୍ରଧାନମନ୍ତ୍ରୀଙ୍କୁ ହଟାଇଥିଲେ।

ପ୍ରଧାନମନ୍ତ୍ରୀ ଭାବରେ ଶ୍ରେଥା ଥାଭିସିନ୍‌ଙ୍କ ମଞ୍ଜୁରୀ, ଥାକସିନ ଶିନାବାତ୍ରାଙ୍କ ଥାଇଲାଣ୍ଡ୍‌ ଫେରିବା ସହ ହୋଇଛି। ଥାଇଲାଣ୍ଡର ପୂର୍ବ ପ୍ରଧାନମନ୍ତ୍ରୀ ଥକସିନ୍‌ ଶୀନାବାତ୍ରା ୧୫ ବର୍ଷ ପରେ ନିଜ ଦେଶକୁ ଫେରିଥିଲେ। ଅବଶ୍ୟ, ଥାକାସିନଙ୍କ ଫେରିବା ପରେ ପରେ ତାଙ୍କୁ ତୁରନ୍ତ ହେପାଜତକୁ ନିଆଯାଇଥିଲା। ତାଙ୍କର ଉପସ୍ଥିତି ପୂର୍ବରୁ ହିଁ ଜଟିଳ ରାଜନୈତିକ ଘଟଣାରେ ଜଟିଳତା ଆଣିବାର ସମ୍ଭାବନା ରହିଥିଲା।

ସତ୍ତାରେ ଫୁ ଥାଇ :

ପ୍ରୋଗ୍ରେସିଭ୍‌ ମୁଭ୍‌ ଫରଓ୍ବାର୍ଡ ପାର୍ଟି ଜିତିବା ପରେ ବି ସରକାର କରିବାରେ ଅସମର୍ଥ ହୋଇଥିଲେ କାରଣ ସେନା ଦ୍ବାରା ନିଯୁକ୍ତ ସିନେଟର ଉଚ୍ଚ ସଦନର ସମର୍ଥନ କରିବାକୁ ମନା କରିଥିଲେ। ଆଉ ଏବେ ଥାଇ ଫୁ ସତ୍ତାକୁ ଆସିଛି। ଥାଭିସିନ୍‌ ଜଣେ ବ୍ୟବସାୟୀ।

ସେ ଥାଇଲାଣ୍ଡରେ ଦାରିଦ୍ର୍ୟ ଦୂରୀକରଣ, ଅସମାନତା ଭଳି ପ୍ରସଙ୍ଗର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ସେ ଏକ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ଦ୍ବାରା ଲଗାଯାଇତିବ ଅଭିଯୋଗର ମଧ୍ୟ ଦୃଢ଼ ଭାବରେ ଖାରଜ କରିଛନ୍ତି।

ଆହୁରି ପଢ଼ନ୍ତୁ: ୧୫ବର୍ଷ ପରେ ସ୍ୱଦେଶ ଫେରିଲେ ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ, ଏବେ ହୋଇପାରନ୍ତି ଗିରଫ

ଏମଏଫପିର ଉତ୍‌ଥାନ:

୨୦୦୬ରେ ସେନା ଥାଇଲାଣ୍ଡ ଶାସନକୁ ଅକ୍ତିଆର କରିଥିଲା। ଆଉ ପ୍ରାୟ ଏକ ଦଶନ୍ଧିରେ ସୈନ୍ୟ ଶାସନ ପରେ ମେ ମାସର ନିର୍ବାଚନରେ ମୁଭ୍‌ ଫରଓ୍ବାର୍ଡ ପାର୍ଟ (ଏମଏଫପି)ର ଅପ୍ରତ୍ୟାଶିତ ଭାବରେ ଉଦୟ ହୋଇଥିଲା। ବିଶେଷ କରି ସେନା ଶାସନ ଦ୍ବାରା ପୀଡ଼ିତ ଯୁବକଙ୍କ  ଦ୍ବାରା ସମର୍ଥନ ଫଳରେ ଏମଏଫପିକୁ ଅଧିକ ସିଟ୍‌ ମିଳିଥିଲା।

ଏମଏଫପି ମଧ୍ୟ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲା।କିନ୍ତୁ ଏମଏଫପି ନେତା ପିଟା ଲମିଜାରୋଏନରାଟଙ୍କୁ ଗତ ନିର୍ବାଚନରେ ସୈନ୍ୟ ସମର୍ଥକ ଏବଂ ସିନେଟରରୁ ସମର୍ଥନ ମିଳିନଥିଲା ଫଳରେ ସବୈଧାନିକ ନ୍ୟାୟାଳୟ ଦ୍ବାରା ସଂସଦରୁ ନିଲମ୍ବିତ କରିଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଭାବରେ ଶ୍ରେଥା ଥାବିସିନ୍‌ଙ୍କୁ ମଞ୍ଜୁରୀ ଥାଇ ରାଜନୀତିରେ ଏକ ମହତ୍ବପୂର୍ଣ୍ଣ ବିକାଶର ପ୍ରତିନିଧିତ୍ବ କରୁଛନ୍ତି।

   Related Posts