ଆପ୍‌ କି ବିଏସପିରେ ଯୋଗ ଦେବେନି ଶ୍ରୀକାନ୍ତ ଜେନା: କହିଲେ 'ଲଢିବିନି ମଧ୍ୟ ନିର୍ବାଚନ'

Published By : Prameya-News7 Bureau | January 27, 2019 IST

ଭୁବନେଶ୍ବର୨୭|୧: ଆପ୍‌ ଏବଂ  ବିଏସ୍‌ପିରେ ଯୋଗ ଦେବା ଚର୍ଚ୍ଚା ପ୍ରସଙ୍ଗକୁ ଖଣ୍ଡନ କଲେ  କଂଗ୍ରେସରୁ ବହିଷ୍କୃତ ନେତା ଶ୍ରୀକାନ୍ତ ଜେନା ।ସେ କୌଣସି ଦଳରେ ଯୋଗ ଦେବାର ନାହିଁ କିମ୍ବା ନିର୍ବାଚନ ଲଢିବେ ନାହିଁ ଓ ସାଧାରଣ ନାଗରିକ ପରି ରହିବେ ବୋଲି କହିଛନ୍ତି ।

ତେବେଯେଉଁମାନେ ସାମାଜିକ ନ୍ୟାୟ ପାଇଁ ଲଢିବେ, ସେମାନଙ୍କ ପାଇଁ ପ୍ରଚାର କରିବେ  ବୋଲି ଶ୍ରୀକାନ୍ତ ଆଜି ସ୍ପଷ୍ଟ କରିଛନ୍ତି । କଂଗ୍ରେସରୁ ଏକ ସାଂଗେ ବହିଷ୍କୃତ ନେତା ତଥା ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣ ସଗରିଆ ବିଏସପିରେ ଯୋଗ ଦେବାକୁ ଯାଉଥିବା କହିବାପରେ ଶ୍ରୀକାନ୍ତ ମଧ୍ୟ ବିଏସପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ଏଥି ସହିତ ଶ୍ରୀକାନ୍ତଙ୍କ ପରାମର୍ଶରେ କୃଷ୍ଣ ପରିଚାଳିତ ହେଉଥିଲେ ବୋଲି ଚର୍ଚ୍ଚା ଯୋଗୁଁ ମଧ୍ୟ ଏଭଳି ଧାରଣା ସୃଷ୍ଟି ହୋଇଥିଲା ।

ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ୩୧ରେ ହେଉଥିବା ସମାବେଶରେ ଶ୍ରାକାନ୍ତ ଯୋଗ ଦେଉଛନ୍ତି । ଏହି ସମାବେଶରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ନେତା ଅରବିନ୍ଦ କେଜରିୱାଲ ମଧ୍ୟ ଯୋଗ ଦେବେ । ତେଣୁ କାଳେ ଶ୍ରୀକାନ୍ତ ଆପ ମୁହାଁ କି ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେବେ ଶ୍ରୀକାନ୍ତ କହିଛନ୍ତି ଯେ,  ଦଳିତଙ୍କ ନ୍ୟାୟ ପାଇଁ ଆଲୋଚନା ହେଉଥିବାରୁ ସେ ଏହି ସଭାରେ ଯୋଗ ଦେବେ । ଆପ୍‌ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.