ଶୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା, ବବିତା ପାତ୍ରଙ୍କୁ ଶିଶୁ ସୁରକ୍ଷା ଆୟୋଗର ଦାୟିତ୍ୱ

Published By : Prameya-News7 Bureau | August 05, 2025 IST

BREAKING NEWS

ଭୁବନେଶ୍ୱର ୦୫।୦୮ : ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତ । ଶୋଭନା ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଭାବେ ନିଯୁକ୍ତି କରାଯାଇଛି । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

୨୦୨୪ ମସିହାରେ ମହିଳା କମିଶନ ଆୟୋଗକୁ ଭଙ୍ଗ କରିଥିଲେ ରାଜ୍ୟ ସରକାର । ଏହାପରଠାରୁ ପ୍ରାୟ ବର୍ଷେ ହେବ ଖାଲି ପଡିଥିଲା ମହିଳା କମିଶନ ଅଧ୍ୟକ୍ଷା ପଦ । ହେଲେ ମଙ୍ଗଳବାର ଦିନ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଯେଉଁଥିରେ ଶୋଭନା ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନର ନୂତନ ଅଧ୍ୟକ୍ଷା ଭାବେ ନିଯୁକ୍ତି କରାଯାଇଛି। 

ସେହିପରି ରାଜ୍ୟ ସରକାର ବବିତା ପାତ୍ରଙ୍କୁ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗର ଦାୟିତ୍ୱ ଦିଆଯାଇଛି । ଏହାସହ ୬ ଜଣ ସଦସ୍ୟାଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି ସରକାର । ତେବେ ନିଯୁକ୍ତି ହୋଇଥିବା ୬ ସଦସ୍ୟ ହେଲେ କଳ୍ପନା ଲେଙ୍କା, ସୁକେଶୀ ଓରାମ୍‌, ଚନ୍ଦନା ଦାଶ, କସ୍ତୁରୀ ମିଶ୍ର, ମାନସ୍ମିତା ନାୟକ, ସୁଜାତା ଖୁଣ୍ଟିଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.