ହକି ବିଶ୍ଵ କପ୍‌ରେ ଆଉ ଏକ ବିପର୍ଯ୍ୟୟ, ଆର୍ଜେଣ୍ଟିନାକୁ ହରାଇ କ୍ଵାର୍ଟରରେ ଦକ୍ଷିଣ କୋରିଆ

Published By : Prameya-News7 Bureau | January 23, 2023 IST

ଭୁବନେଶ୍ଵର: ପୁରୁଷ ହକି ବିଶ୍ଵ କପ୍‌ରେ ଆଉ ଏକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ସୋମବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ କ୍ରସ୍ ଓଭର ମୁକାବିଲାରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ହରାଇଛି ଦକ୍ଷିଣ କୋରିଆ। ମ୍ୟାଚ୍ ୫-୫ରେ ଅମୀମାଂସିତ ରହିବା ପରେ ଦକ୍ଷିଣ କୋରିଆ ପେନାଲ୍ଟି ସୁଟଆଉଟ୍‌(୩-୨)ରେ ଆର୍ଜେଣ୍ଟିନାକୁ ହରାଇଛି।  ପରାଜୟ ସହ ଆର୍ଜେଣ୍ଟିନା ବିଶ୍ଵ  କପ୍‌ରୁ ବାଦ୍ ପଡିଥିବା ବେଳେ ଦକ୍ଷିଣ କୋରିଆ କ୍ଵାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛି। ଏହା ପୂର୍ବରୁ ଗତକାଲି ଭାରତକୁ ହରାଇ ନ୍ୟୁଜିଲାଣ୍ଡ ବଡ ବିପର୍ଯ୍ୟୟ ଘଟାଇଥିଲା।

wp:html /wp:html

ଆର୍ଜେଣ୍ଟିନା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଖେଳା ଯାଇଥିବା ଚତୁର୍ଥ କ୍ରସ୍ ଓଭର ମୁକାବିଲା ସଂଘର୍ଷପୂର୍ଣ୍ଣ ରହିଥିଲା। ଦକ୍ଷିଣ କୋରିଆ ପକ୍ଷରୁ କିମ୍ ସଙ୍ଘହ୍ୟୁନ ୧୭ମ, ଜିଙ୍ଗ  ଜୁନଓ ୧୯ମ ଏବଂ ଲି ନାମ ୟୋଙ୍ଗ ୫୫ମ ମିନିଟ୍‌ରେ ଗୋଲ୍ ଦେଇଥିବା ବେଳେ ଜାଙ୍ଗ ଜୋଙ୍ଗହ୍ୟୁନ୪୦ମ ଏବଂ ୪୯ ମ ମିନିଟ୍‌ରେ ଦୁଇଟି ଗୋଲ୍ ଦେଇଥିଲେ। ସେହିପରି ଆର୍ଜେଣ୍ଟିନା ପକ୍ଷରୁ କାସେଲା ମାଇକୋ୭ମ ମିନିଟ୍‌ରେ ଗୋଲ୍ ଦେଇଥିବା ବେଳେ କିନାନ ନିକୋଲାସ ୨୦ମ ଏବଂ ୪୬ମ ମିନିଟରେ ଦୁଇଟି ଗୋଲ୍ ଦେଇଥିଲେ। ଡେଲା ଟୋରେ ନିକୋଲାସ ୨୩ମ ଏବଂ ୪୦ମ ମିନିଟ୍‌ରେ ଦୁଇଟି ଗୋଲ୍ ଦେବାରେ ସଫଳ ହୋଇଥିଲେ।

ମ୍ୟାଚ୍ ୫-୫ ଗୋଲ୍‌ରେ ଅମୀମାଂସିତ ରହିବା ପରେ ପେନାଲ୍ଟି ସୁଟ୍‌ଆଉଟ୍‌ର ସାହାରା ନିଆଯାଇଥିଲା। ଏଥିରେ ଦକ୍ଷିଣ କୋରିଆ ୩-୨ରେ ଆର୍ଜେଣ୍ଟିନାକୁ ହରାଇ ବାଜି ମାରି ନେଇଛି। ଏଥିସହ ଅଷ୍ଟମ ଦଳ ଭାବେ କ୍ଵାର୍ଟର ଫାଇନାଲ୍‌ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.