LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭୂମିକମ୍ପରେ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି; ଛାତ ଭୂଶୁଡ଼ି ପଡ଼ିବାରୁ ୯ମୃତ, ୧୦୦ରୁ ଅଧିକ ଆହତ

22/03/2023 at 8:24 AM

ଇସଲାମାବାଦ: ପାକିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଇସଲାମାବାଦରେ ଛାତ ଭୂଶୁଡ଼ି ପଡ଼ିବାରୁ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଲୋକ ଆହତ ହୋଇଛନ୍ତି । ଉଦ୍ଧାରକାରୀ ଦଳ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ୟୁଏସ୍ ଭୂତତ୍ବ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ, ମଙ୍ଗଳବାର ରାତି ୧୦ଟା ୧୭ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରାଜଧାନୀ ଦିଲ୍ଲୀ ସମେତ ଆଫଗାନିସ୍ତାନ ଓ ପକିସ୍ତାନରେ ମଧ୍ୟ ଝଟକା ଲାଗିଛି । ଏହାର କେନ୍ଦ୍ରସ୍ଥଳି ପାକିସ୍ତାନ- ଆଫଗାନିସ୍ତାନ ସୀମାନ୍ତ ଅଞ୍ଚଳ ହିନ୍ଦୁକୁଶ କ୍ଷେତ୍ର ଫୈୟଜାବାଦ ଠାରୁ ଭୂପୃଷ୍ଠରୁ ୧୫୬ କିଲୋମିଟର ଗଭୀରତାରେ ରହିଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୬ ରେକର୍ଡ କରାଯାଇଛି ।

ଏହି ଶକ୍ତିଶାଳୀ ଭୂମିକମ୍ପରେ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଲାହୋର, ଇସଲାମାବାଦ, ରାଓଲପିଣ୍ଡି, କ୍ବୈଟା, ପେଶାଓ୍ବାର, କୋହାଟ, ଲକ୍କି ମରଓ୍ବାତ ସମେତ ଦେଶରେ ଅନ୍ୟ ପ୍ରନ୍ତରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ପାକିସ୍ତାନର ଖୈବର ପଖ୍‌ତୁନଖଓ୍ବାରେ ଏକ ଘରର ଛାତ ଭୂଶୁଡ଼ି ପଡ଼ିବାରୁ ୯ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ବିଭିନ୍ନ ସ୍ଥାନରେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପାକିସ୍ତାନ ସ୍ବାସ୍ଥ୍ୟମନ୍ତ୍ରୀ ଅବଦୁଲ କାଦର ପଟେଲ୍ ହସ୍ପିଟାଲ ମାନଙ୍କରେ ଇମରଜେନ୍ସି ଘୋଷଣା କରିବା ସହିତ ସତର୍କ ରହିବାକୁ କହିଛନ୍ତି ।   

   Related Posts