ପୁଅ ନଜରରେ ପଡିଗଲା ଲେସବିଆନ ମାଆର ଅନୈତିକ ସମ୍ପର୍କ, ସବୁଦିନ ପାଇଁ ହଟାଇଦେଲା ରାସ୍ତାରୁ

Published By : Prameya-News7 Bureau | February 22, 2024 IST

ପଶ୍ଚିମବଙ୍ଗ ୨୨/୦୨: ଘରୁ ଶୁଭିଥିଲା ବିକଟାଳ ଚିତ୍କାର । ୧୦ ବର୍ଷର ପିଲାକୁ ବିଭତ୍ସ ହତ୍ୟା । ମୁଣ୍ଡକୁ ଛେଚିବା ସହ ଛୁରିରେ କାଟିଲା ଶୀରା । କୋଲକାତା ହୁଗଲିରେ ଉତ୍ତରପାଡାରୁ ନଜର ଆସିଛି ଅଭାବନୀୟ ଘଟଣା । ମୃତ୍ୟୁ ହୋଇଥିବା ପିଲାର ନାମ ଶ୍ରେୟାଂଶୁ । ଆଉ ନୀରିହ କଅଁଳ କଢିକୁ ହତ୍ୟା କରିଛି ନିଜେ ଜନ୍ମଦାତ୍ରୀ । ଯାହାକୁ ଅନ୍ତ ଫାଡି ଜନ୍ମ ଦେଇଥିଲା ତାକୁ ନୃଶଂସ ଭାବେ କରିଛି ହତ୍ୟା । ହତ୍ୟା କରିବାର କାରଣ କଣ ଜାଣିଲେ ଆପଣ ବି ହୋଇଯିବେ ତାଜୁବ । ନିଜର ଅବୈଧ ସମ୍ପର୍କକୁ ଲୁଚାଇବାକୁ ଏପରି କରିଛି ମାଆ । ଆସନ୍ତୁ ଜାଣିବା ପୂରା ଘଟଣା ।

ସଂଗେ ସଂଗେ ପବନ ବେଗରେ ମାଡିଯାଇଥିଲା ଖବର । ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଫରେନସିକ୍ ଟିମ୍ ସହାୟତାରେ ଆରମ୍ଭ ହୋଇଥିଲା ଯାଞ୍ଚ । ହେଲେ ଏତେ ଛୋଟ ପିଲାକୁ କିଏ କାହିଁକି ମାରିଲା ବଢିଥିଲା ସସ୍‌ପେନ୍ସ । କାରଣ ଘରେ କେହି ନଥିବାର ସୁଯୋଗ ନେଇ ଶ୍ରେୟାଂସୁ ମାରିଛି ହତ୍ୟାକାରୀ । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଥିଲା ଏମିତି କିଛି, ଯାହାକୁ ଦେଖି ବଢିଥିଲା ପୋଲିସର ସନ୍ଦେହ ।

wp:html /wp:html

କାରଣ ହତ୍ୟାକାରୀ ଘର ପରିବାର ଲୋକଙ୍କ ସହ ଥିଲା ଜଡିତ । ଏମିତିକି ଘଟଣା ସମୟରେ ଘରର ପୋଷା କୁକୁର ବି ଚୁପ୍ ରହିଥିଲା । ଏସବୁ ଧରି ପୋଲିସ ଆରମ୍ଭ କରିଥିଲା ତଦନ୍ତ । ତଦନ୍ତରୁ ଯାହା ଜଣାପଡିଥିଲା, ପୋଲିସକୁ ଲାଗିଥିଲା ଶକ୍ତ ଝଟ୍‌କା । ନିଜର ସମଲିଙ୍ଗୀ ସମ୍ପର୍କ ଲୁଚାଇବାକୁ ମା' ରଚିଥିଲା ଏମିତି କାଣ୍ଡ ।

ମୃତ ଶିଶୁର ମାଆ ଶାନ୍ତା ଶର୍ମା ଯିଏକି ଥିଲେ ଜଣେ ଲେସବିଆନ୍ । ନିଜର ବାନ୍ଧବୀ ଇଶରତଙ୍କ ସହ ଥିଲା ତାଙ୍କର ସମଲିଙ୍ଗୀ ସମ୍ପର୍କ । ଘଟଣା ବିଷୟରେ ଜାଣିଥିଲେ ଶାନ୍ତାଙ୍କ ସ୍ୱାମୀ ପଙ୍କଜ । ତଥାପି କଥା ବାହାରକୁ ନଯାଏ ସେନେଇ ଥିଲେ ଚେଷ୍ଟିତ । ହେଲେ ମାଆର ଏପରି ଘୃଣ୍ୟ କାର୍ଯ୍ୟକଳାପକୁ ଦିନେ ପୁଅ ଦେଖିଦେଇଥିଲେ ସ୍ୱଚକ୍ଷୁରେ । ସେବାଠାରୁ କଥାବାର୍ତ୍ତା କରିବା ବନ୍ଦ କରିଦେଇଥିଲା ଶ୍ରେୟାଂଶୁ । ଯାହା ଶାନ୍ତା ଓ ଇସରତଙ୍କ ପାଇଁ ବଢାଇଥିଲା ବିପଦ ।

ସବୁଦିନ ରାସ୍ତାରୁ ହଟାଇବାକୁ ଇସରତ ବନାଇ ଥିଲା ଯୋଜନା । ଏସବୁରେ ଶାନ୍ତା କରିଥିଲେ ସହଯୋଗ । ଯୋଜନା ବଦ୍ଧ ଭାବେ ପୁଅକୁ କରିଥିଲେ ହତ୍ୟା । ପ୍ରଥମେ ଇଟାରେ ମୁଣ୍ଡକୁ ବାରମ୍ୱାର କରିଥିଲେ ଆକ୍ରମଣ । ସେତିକିରେ ବୁଝିନଥିଲା ମନ । ରୋଷେଇ ଘରୁ ଛୁରି ଆଣି ହାତର ଶିରାକୁ କାଟି କରିଥିଲେ ରକ୍ତାକ୍ତ ।

ଘଟଣା ପଛରେ ମାଆ ହାତ ଥିବା ମାନିବା କଷ୍ଟ ହୋଇଥିଲା ପୋଲସ ପକ୍ଷେ । କିନ୍ତୁ ରହସ୍ୟ ଖୋଲିଥିଲା ମୋବାଇଲ୍ ଓ CDR । ଆହୁରି ବି ଘଟଣାସ୍ଥଳରୁ ମିଳିଥିବା ଫିଙ୍ଗରପ୍ରିଣ୍ଟ ପୋଲିସ ସତ ସାମ୍ନା କରିବାକୁ କରିଥିଲା ବାଧ୍ୟ । ଏବେ ପୋଲିସ ହେପାଜତରେ ଶାନ୍ତା ଶର୍ମା ଓ ଇସରତ ପରଭେନ । ହେଲେ ନିରୀହ ଶିଶୁର ଏଭଳି ବିଭତ୍ସ ହତ୍ୟାକୁ ସହଜରେ ଗ୍ରହଣ କରୁନାହାନ୍ତି ପରିବାର ଓ ପାଖ ପଡୋଶୀ ।

you can also read....

wp:embed {"url":"https://www.prameyanews7.com/man-demands-wife-returned-kidney/","type":"wp-embed","providerNameSlug":"prameya-news-7"}
https://www.prameyanews7.com/man-demands-wife-returned-kidney/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.