ଶାଳୀକୁ ନେଇ ଫେରାର ମାରିଲା ରସିକିଆ ଜ୍ବାଇଁ, ଲକଡାଉନରେ ଶ୍ବଶୁର ଘରୁ ପ୍ରେମ

Published By : Prameya-News7 Bureau | November 28, 2020 IST

ଭୋପାଳ ୨୮/୧୧ : କରୋନା ମହାମାରୀ ସମୟରେ ମଣିଷ ସମାଜକୁ ଅନେକ ଶିକ୍ଷା ମିଳିଛି । ପରିବାର ସହିତ ରହିବାକୁ ଭରପୁର ସୁଯୋଗ ମଧ୍ୟ ମିଳିଛି । କିନ୍ତୁ ଏହାରି ମଧ୍ୟରେ ଅନେକ ସମ୍ପର୍କ​‌ରେ ତିକ୍ତତା ମଧ୍ୟ ସୃଷ୍ଟି ହୋଇଛି । ସେହିଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ । ଶ୍ବଶୁର ଘରେ ଘର ଜ୍ବାଇଁ ହୋଇ ରହିଥିବା ଜଣେ ବ୍ୟକ୍ତି ନିଜ ଶାଳୀକୁ ନେଇ ଫେରାର ହୋଇଯାଇଛନ୍ତି ।

ସୂଚନା ଅନୁସାରେ ବିଦିଶା ଜିଲ୍ଲା ନାଟେରାନର ପମାରିଆ ଗାଁରେ କାମ ବନ୍ଦ ହେତୁ ଜ୍ୱାଇଁ ୨ ମାସ ହେବ ଶ୍ବଶୁର ଘରେ ଆସି ରହୁଥିଲେ । ଏହାରି ଭିତରେ ୧୭ ବର୍ଷିୟ ଶାଳୀ ପ୍ରେମରେ ପଡିଗଲେ ରସିକିଆ ଜ୍ବାଇଁ । ତେବେ ଏ ବାବଦରେ ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ଏବଂ ଶାଶୁଙ୍କୁ ସନ୍ଦେହ ହୋଇଥିଲା । କିନ୍ତୁ ଜ୍ୱାଇଁ ସେମାନଙ୍କୁ,  ତାଙ୍କ ସାନ ଭଉଣୀ ପରି ବୋଲି କହି ଘଟଣାକୁ ଚାପି ଦେଇଥିଲେ । ତେବେ ଏହାର ୭ ଦିନ ପରେ ସେ ଶାଳୀକୁ ନେଇ ଫେରାର ହୋଇଯାଇଥିଲା । ଜଟଣାର ୩ ଦିନ ପରେ ପୋଲିସ ତାଙ୍କୁ କାବୁ କରିବାକୁ ସକ୍ଷମ ହୋଇଛି । ଶୁକ୍ରବାର ଦିନ ଯୁବତୀଜଣକ ତାଙ୍କ ଘରେ ବିଷ ପିଇଦେଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଉକ୍ତ ଯୁବତୀଙ୍କ ବଡ ଭଉଣୀ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ବର୍ତ୍ତି କରାଇଥିଲେ ।

ପାମରିଆ ଗାଁର ବାସିନ୍ଦା ରିଙ୍କି ପ୍ରାୟ ୫ ବର୍ଷ ପୂର୍ବେ ଭୋପାଳର ଗୌତମ ନଗରରେ ରହୁଥିବା ବ୍ରିଜେଶ ଅହିରୱାରଙ୍କୁ ବିବାହ କରିଥିଲେ । ରିଙ୍କି ଏବଂ ବ୍ରିଜେଶଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ଲକଡାଉନ ସମୟରେ କାମଦନ୍ଧା କିଛି ମିଳୁନଥିଲା । ଏହା ରିଙ୍କି ତାଙ୍କ ବାପଘର ଲୋକଙ୍କୁ କହିବା ପରେ ତାଙ୍କ ପିତା ମାତା ବ୍ରିଜେଶଙ୍କୁ ନେଇ ଘରକୁ ଚାଲି ଆସିବାକୁ କହିଲେ ।  ଜୁଲାଇ ମାସରେ ପତ୍ନୀଙ୍କୁ ନେଇ ବ୍ରିଜେଶ ଶ୍ବଶୁର ଘରକୁ ଆସିଥିଲେ । ସେହିଠାରେ ହିଁ ଶାଳୀ ସହିତ ପ୍ରେମ ସମ୍ପର୍କ ଗଢିଉଠିଥିଲା । ସମୟ ସୁବିଧା ଦେଖି ଶାଳୀକୁ ନେଇ ଫେରାର ହୋଇଯାଇଥିଲେ ବ୍ରିଜେଶ । ତେବେ ୩ ଦିନ ତଳେ ପୋଲିସ ସେମାନଙ୍କୁ କାବୁ କରିଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଶ ସାମଧାନ ହୋଇଥିଲା । ଶୁକ୍ରବାର ରିଙ୍କିଙ୍କ ଭଉଣୀ ନିଜ ଘରେ ବିଷ ପିଇଦେଇଥିଲେ । ତେବେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ହେବେ ଭଲ ଥିବା ଡାକ୍ତର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.