ଭାଗ୍ୟରେ ଥିଲେ ମିଳେ ଏପରି ଶ୍ୱଶୁର ଘର, ଜ୍ୱାଇଁଙ୍କୁ ଖୁଆଇଲେ ୭୫ ପ୍ରକାରର ବ୍ୟଞ୍ଜନ

Published By : Prameya-News7 Bureau | December 22, 2020 IST

ଗୋପ,୨୨/୧୨:  ଭାଗ୍ୟରେ ଥିଲେ ଏପରି ମିଳେ ଶ୍ୱଶୁର ଘର ।  ଶ୍ୱଶୁର ଘରେ ଜ୍ୱାଇଁଙ୍କ ଭାଉ ସବୁଠୁ ଅଧିକ । ଯଦି ଜ୍ୱାଇଁ ବାହାଘର ପରେ ପ୍ରଥମ ଥର ପାଇଁ ଶ୍ୱଶୁରଘର ଯାଇଥାଏ ତାହେଲେ ଖାତିରଦାରିରେ କୌଣସି ଉଣା ହୋଇନଥାଏ। ଖାଇବା ପିଇବା ଠାରୁ ଆରମ୍ଭ କରି ସବୁକିଛି ଲଗାଇଦିଆଯାଏ ଦ୍ୱାଇଁର ସେବାରେ  । ତେବେ  ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ଅଞ୍ଚଳର ମଧୁବନ ଗ୍ରାମରେ ଜଣେ ଜ୍ୱାଇଁଙ୍କୁ ୭୫ ପ୍ରକାରର ବ୍ୟଞ୍ଜନ ପରଷିଛନ୍ତି ତାଙ୍କ ଶ୍ୱଶୁର ଘର ଲୋକେ । କରୋନା ମହାମାରୀ ସମୟରେ ଏଭଳି ଜ୍ୱାଇଁ ଚର୍ଚ୍ଚାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆଖି ଲାଖି ହୋଇଯାଇଛି ।

ସୂଚନାନୁସାରେ, ମଧୁବନ ଗ୍ରାମର ବିଶ୍ୱଜିତ ସାହୁଙ୍କ ଝିଅ ନିହାରିକା ଗତ ୧୧ ତାରିଖରେ ଭୁବନେଶ୍ୱରର ଟଙ୍କପାଣି ରୋଡ୍‌ ପାଣ୍ଡବ ନଗର ଧଡୁ ସାହୁଙ୍କ ପୁଅ ଦେବପ୍ରସାଦଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଓଡ଼ିଆ ଘରର ପରମ୍ପରା ଅନୁସାରେ ବିବାହର ୮ ଦିନ ପରେ ଜ୍ୱାଇଁ ନିମନ୍ତ୍ରଣ ପାଇ ଶ୍ୱଶୁର ଘରକୁ ବୁଲିବାକୁ ଆସିଥାଏ।

ସୋମବାର ଦେବପ୍ରସାଦ ନିଜ ପତ୍ନୀଙ୍କ ଧରି ଶ୍ୱଶୁର ଘରକୁ ବୁଲିଯାଇଥିଲେ। ପ୍ରାଥମିକ ଚର୍ଚ୍ଚା ପରେ ମଧ୍ୟାହ୍ନଭୋଜନ ବଢ଼ାଗଲା। ମଧ୍ୟାହ୍ନ ଭୋଜନରେ ଏମିତି ଚର୍ଚ୍ଚା ଦେଖି ଦେବପ୍ରସାଦ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଖାଦ୍ୟରେ ରହିଥିଲା ଆମିଷ ଠାରୁ ନିରାମିଶ ପର୍ଯ୍ୟନ୍ତ ୭୫ ପ୍ରକାର ବ୍ୟଞ୍ଜନ । ତେବେ ଦେବପ୍ରସାଦ ଏକୁଟିଆ ନ ଖାଇ ପତ୍ନୀ ନିହାରିକାଙ୍କୁ ମଧ୍ୟ ନିଜ ହାତରେ ଖୁଆଇ ଦେଇଥିଲେ । ଏଭଳି ଚର୍ଚ୍ଚା ଓ ବ୍ୟଞ୍ଜନ ଖାଇବା ତାଙ୍କର ସାରା ଜୀବନ ମନେ ରହିବ ବୋଲି ଦେବପ୍ରସାଦ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.