LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଘରର ଏକମାତ୍ର ରୋଜଗାରିଆ ଏବେ ରୋଗଗ୍ରସ୍ତ, ବାପାଙ୍କ ଚିକିତ୍ସା ପାଇଁ ପୁଅ ହାତରେ ଭିକ୍ଷା ଥାଳ

26/04/2023 at 5:33 PM

ଭଦ୍ରକ ୨୬।୪: ପୁଅ ଓ ଝିଅର ଭବିଷ୍ୟତ ପାଇଁ ରୋଜଗାର କରୁଥିବା ବାପା ଏବେ ରୋଗଗ୍ରସ୍ତ । ବାପାଙ୍କ ଚିକିତ୍ସା ପାଇଁ ଭିକ୍ଷା ଥାଳ ଧରିଛି ପୁଅ । ଆମେ କହୁଛୁ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମକୃଷ୍ଣପୁର ଗାଁର ନାରାୟଣ ଜେନାଙ୍କ କଥା । ବୁଢ଼ୀ ମା’, ଦୁଇ ପିଲା ଓ ସ୍ତ୍ରୀଙ୍କୁ ନେଇ ତାଙ୍କ ସଂସାର ଚାଲିଥିଲା । ବଢ଼ିଲା ଝିଅର ବାହାଘର ପାଇଁ ବାପା ଓ ମା’ ସୁଦୂର ବେଙ୍ଗାଲୁରୁକୁ ଯାଇଥିଲେ । କିନ୍ତୁ ଦିନେ ହଠାତ ନାରାୟଣଙ୍କ ପେଟରେ ଯନ୍ତ୍ରଣା ହେଲା । ଡାକ୍ତର କହିଲେ କ୍ୟାନ୍ସର ହୋଇଛି । ସେଇଦିନଠାରୁ ଆରମ୍ଭ ହେଲା ଚିକିତ୍ସା । ଅଧିକ ଟଙ୍କା ନଥିବାରୁ ଅଧା ଚିକିତ୍ସାରୁ ଫେରିଲେ ଗାଁକୁ । ଆଉ ଏବେ ଚିକିତ୍ସାରେ ବନ୍ଧା ପଡିଲା ପୁଅର ଭବିଷ୍ୟତ । ଘରର ଆର୍ଥିକ ସମସ୍ୟା ଏବେ ଅନ୍ଧାରରେ ପକାଇଛି ଛୁଆଙ୍କ ଭବିଷ୍ୟତ ।

ଏମିତି ସ୍ଥିତିରେ ଛୋଟ ପୁଅ ଏବେ ବାପାଙ୍କ ଚିକତ୍ସା ପାଇଁ ଭିକ୍ଷା ଥାଳ ଧରିଛି । ଘର ଘର ବୁଲି ଚାଉଳ ଆଉ ଅର୍ଥ ଭିକ୍ଷା ମାଗୁଛି । ଆଉ ଦିନଯାକର ଭିକ୍ଷା ଆଣି ମା’ ହାତକୁ ଦେଉଛି । ଆଉ ଏମିତି ଅବସ୍ଥା ଦେଖି ମା’ର ଛାତି ଫାଟିଯାଉଛି । କିନ୍ତୁ ସେ କରିବେ ବା କ’ଣ । କାରଣ ପରିସ୍ଥିତି କିଛି ଏମିତି ସ୍ଥିତି କରିଛି ଯେ ଗୋଟିଏ ପଟେ ସ୍ୱାମୀଙ୍କ ଚିକିତ୍ସା  ଆଉ ଅନ୍ୟପଟେ ପୁଅର ଭିକ୍ଷା  ।

ଜିଲ୍ଲା ଚିକିତ୍ସାଧିକାରୀ କହିଛନ୍ତି ଯେ, ସରକାରୀ ସୁବିଧା ଉପଲବ୍ଧ ହେଉଛି । ଆହୁରି ଅଧିକ ସହାୟତା ଯୋଗାଇବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ।

   Related Posts