ସିଆଚିନ୍ ଗ୍ଲାସିୟରରୁ ୩୮ ବର୍ଷ ପରେ ମିଳିଲା ସହିଦଙ୍କ ପାର୍ଥିବ ଶରୀର, ଅପରେସନ ମେଘଦୂତରେ ୧୯ ଯବାନ ହୋଇଥିଲେ ସହିଦ

Published By : Prameya-News7 Bureau | August 14, 2022 IST

ନୂଆଦିଲ୍ଲୀ: ସିଆଚିନ୍ ଗ୍ଲାସିୟରରେ ହିମସ୍ଖଳନ ପରେ ବରଫ ତଳେ ଆସି ସହିଦ ହୋଇଥିବା ଲାନ୍ସନାୟକ ଚନ୍ଦ୍ରଶେଖର ହର୍ବେଲାଙ୍କ ପାର୍ଥିବ ଶରୀର ୩୮ ବର୍ଷ ପରେ ମିଳିଛି । ପାର୍ଥିବ ଶୀରର ମଳିବା ସୂଚନା ପରେ ପରିବାର ଲୋକଙ୍କ ଦୁଃଖ ପୁଣି ଥରେ ସତେଜ ହୋଇଛି । ପ୍ରଶାସନର ସୂଚନା ଅନୁସାରେ ସହିଦଙ୍କ ପାର୍ଥିବ ଶରୀର ମଙ୍ଗଳବାର ଉତ୍ତରାଖଣ୍ଡର ହଲଦୱାନୀରେ ପହଞ୍ଚିବାର ସମ୍ଭାବନା ରହିଛି।

ଉତ୍ତରଖଣ୍ଡ ଅଲମୋଡା ଜିଲ୍ଲାର ହାଥୀଖୁର ଗାଁର ନିବାସୀ ଲାନ୍ସନାୟକ ଚନ୍ଦ୍ରଶେଖର ହର୍ବେଲା ୧୯୭୧ ମସିହାରେ କୁମାଓଁ ରେଜିମେଣ୍ଟରେ ଭର୍ତ୍ତି ହୋଇଥିଲେ। ୧୯୮୪ ମେ ମାସରେ ବାଟାଲିୟନ ଲିଡର ଲେପ୍ଟନାଣ୍ଟ ପିଏସ ପୁଣ୍ଡୀରଙ୍କ ନେତୃତ୍ୱରେ ୧୯ ଜଣ ଯବାନଙ୍କ ଟିମ ଅପରେସନ ମେଘଦୂତ ପାଇଁ ବାହାରି ଥିଲେ ।

{"id":670917,"sizeSlug":"full","linkDestination":"none"}

ମେ ୨୯ରେ ପ୍ରବଳ ହିମସ୍ଖଳନ ଯୋଗୁଁ ପୂରା ବାଟାଲିୟନ ବଫଳ ତଳେ ଆସିଯାଇଥିଲା । ଏହାପରେ ସମସ୍ତଙ୍କୁ ସହିଦ ଘୋଷଣା କରାଯାଇଥିଲା । ସେହି ସମୟରେ ଲାନ୍ସଲାୟକ ଚନ୍ଦ୍ରଶେଖରଙ୍କୁ ୨୮ ବର୍ଷ ହୋଇଥିଲା । ଶନିବାର ରାତିରେ ଚନ୍ଦ୍ରଶେଖଙ୍କ ପତ୍ନୀ ଶାନ୍ତି ଦେବୀଙ୍କୁ ଫୋନ ଯୋଗେ ସହିଦଙ୍କ ପାର୍ଥିବ ଶରୀର ମଳିବା ଖବର ଦିଆଯାଇଥିଲା ।

ସହିଦଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଜକୀୟ ସମ୍ମାନ ସହ ରାନୀବାଗ ସ୍ଥିତ ଚିତ୍ରଶିଳା ଘାଟରେ କରାଯିବ । ଅନ୍ତିମ ସଂସ୍କାରକୁ ନେଇ ସମସ୍ତ ପ୍ରସ୍ତୁତି କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.