ସନ୍ଦେହରେ ସାମାଜିକ କର୍ମୀ ପୂଜାଙ୍କ ଆତ୍ମହତ୍ୟା, ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ୍‌

Published By : Prameya-News7 Bureau | September 28, 2022 IST

ବଲାଙ୍ଗୀର, ୨୮/୦୯: ବଲାଙ୍ଗୀରର ଜଣେ ସାମାଜିକ କର୍ମୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି l ବଲାଙ୍ଗୀର ମାହେଶ୍ୱରୀ ସାମାଜିକ ସଂଗଠନର ଦକ୍ଷ କର୍ମୀ ପୂଜା ପଟ୍ଟନାଏକଙ୍କ ମୃତ୍ୟୁ ଘଟିଛି l ବଲାଙ୍ଗୀର ସହର ଇନ୍ଦିରା ନଗର ସ୍ଥିତ ତାଙ୍କ ଶାଶୂଘରେ ଆତ୍ମହତ୍ୟା କରିଛନ୍ତି l କରୋନା ହଉ ଅବା ବିଭିନ୍ନ ସାମାଜିକ କାମ କି ରୋଗୀଙ୍କ ସେବା ସବୁ ସ୍ଥାନରେ ସେ ଲୋକଙ୍କ ସେବା କରିବାରେ ତତ୍ପର ଥିଲେ ଓ ବେଶ ସୁନାମ ମଧ୍ୟ୍ୟ ଅର୍ଜନ କରିଥିଲେ l ତେବେ କାହିଁକି ଓ କଣ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ l ସେପଟେ ତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ୍‌ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.