ପୁରୀ ବେଳାଭୂମୀରୁ ମିଳିଥିବା ନର କଂକାଳର ମିଲିଲା ପରିଚୟ

Published By : Prameya-News7 Bureau | September 16, 2018 IST

ପୁରୀ୧୬|୯: ପୁରୀ ବେଳାଭୂମିରୁ ମିଳିଥିବା ନରକଂକାଳ ଚିହ୍ନଟ ହୋଇଛି। ଏହି ନରକଙ୍କାଳଟି ଭୁବନେଶ୍ବର ଚନ୍ଦ୍ରଶେଖରପୁରର ମାନସ ଦାଶଙ୍କର ବୋଲି ଚିହ୍ନଟ ହୋଇଛି । କଙ୍କାଳରେ ଥିବା ପ୍ୟାଣ୍ଟ ସାର୍ଟରୁ ଏହା ମାନସଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ତେବେ କିଏ କାହିଁକି ମାନସଙ୍କୁ ହତ୍ୟା କଲା ? ହତ୍ୟା ପଛର କାରଣ କ’ଣ ? କେଉଁମାନଙ୍କ ସହ ମାନସଙ୍କର ଶତ୍ରୁତ ଥିଲା ? ମେରାଇନ୍ ଡ୍ରାଇଭ୍ ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଏସବୁର ଛାନଭିନ୍ ଚଳାଇଛି । ରାଜଧାନୀର ଏକ ଘରୋଇ ହସପିଟାଲରେ କାର୍ଯ୍ୟ କରୁଥିଲେ ମାନସ । ଅଗଷ୍ଟ ୨୮ରେ ଅଫିସ କାମରେ ଯାଇଥିଲେ ପୁରୀ । ୨୯ ରୁ ତାଙ୍କ ଫୋନ୍ ନଟ୍ ରିଚେବୁଲ ରହିଥିଲା । ଖୋଜ୍ ଖବର ନମିଳିବାରୁ ବାପା ବିମଳ ଦାଶ ପୁଅର ନିଖୋଜ ନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶନିବାର ପୁରୀ ମେରାଇନ୍ ଥାନା ପୋଲିସ ସହାୟତାରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ସୈକତ୍ ନିବାସ ପଛପଟ ବେଳାଭୂମିରୁ ନରକଙ୍କାଳ ଜବତ କରିଛି । ଯାହା ମାନସଙ୍କର ବୋଲି ଚିହ୍ନଟ କରାଯାଇଛି । ମୋବାଇଲ ଟ୍ରାକ୍ କରି ପୋଲିସ ପୁରୀ ବାଲିଘାଟର ୨ ଜଣ ଯୁବକଙ୍କୁ ପଚରାଉଚରା ଚଳାଇଛି । କିଛିଦିନ ତଳେ ମଣିଷ ଖପୁରୀ ମିଳିବା ଘଟଣା ମନରୁ ନଲିଭୁଣୁ ଏବେ ମିଳିଛି ନର କଙ୍କାଳ। ଯାହାକୁ ନେଇ ନେଇ ପୋଲିସର ମୁଣ୍ଡ ବିନ୍ଧା ବଢ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.