ନୂଆଦିଲ୍ଲୀ: ଏସିୟ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଶ୍ରେଷ୍ଠ ୧୦ ଟେକ୍ ପ୍ରତିଭାବାନ ବ୍ୟକ୍ତି ଥିବା ସହରରେ ସ୍ଥାନ ପାଇଛି ଭାରତର ୬ଟି ସହର। କୋଲିୟର୍ସର ଗ୍ଲୋବାଲ୍ ଟେକ୍ ମାର୍କେଟ୍ସ: ଟପ୍ ଟ୍ୟାଲେଣ୍ଟ ଲୋକେସନ୍ସ ୨୦୨୫ ରିପୋର୍ଟ ଅନୁଯାୟୀ, ଭାରତର -ବେଙ୍ଗାଲୁରୁ, ହାଇଦ୍ରାବାଦ, ଦିଲ୍ଲୀ-ଏନସିଆର, ମୁମ୍ବାଇ, ପୁଣେ ଏବଂ ଚେନ୍ନାଇ ସହରରେ ଏହି ତାଲିକାରେ ରହିଛି। ବିଶ୍ୱର ଶ୍ରେଷ୍ଠ ୧୦- ଟେକ୍ ହବ ସହର ଥିବା ଦେଶ ମଧ୍ୟରେ ଭାରତ ଚୀନ ଓ ଜାପାନ ପରେ ତୃତୀୟ ସ୍ଥାନ ଅଧିକାର କରିଛି।
ଏସିୟ-ପ୍ରଶାନ୍ତ ମହାସାଗରୀୟ ରାଙ୍କିଂରେ, ଶୀର୍ଷ ପାଞ୍ଚଟିରେ ସିଙ୍ଗାପୁର ଏକମାତ୍ର ଅଣ-ଭାରତୀୟ ମାର୍କେଟ୍ ଭାବରେ ସ୍ଥାନ ପାଇଛି। ତାଇପେ, ସିଡନୀ ଏବଂ ମେଲବୋର୍ଣ୍ଣ ମଧ୍ୟ ଶ୍ରେଷ୍ଠ ୧୦ ଟେକ୍ ଟାଲେଣ୍ଟ ମାର୍କେଟ୍ ମଧ୍ୟରେ ରହିଛନ୍ତି। କୋଲିୟର୍ସ ୨୦୦ ରୁ ଅଧିକ ଗ୍ଲୋବାଲ ମାର୍କେଟ୍କୁ ନେଇ ଏହି ସର୍ଭେ କରିଥିଲା। ଏଥିରେ ସହରରେ ଥିବା ପ୍ରତିଭା ଉପଲବ୍ଧତା(ଟାଲେଣ୍ଟ ଆଭେଲଏବିଲିଟି), ଉଦ୍ୟୋଗ ପୁଞ୍ଜି ପାଣ୍ଠି(ଭେଞ୍ଚର କ୍ୟାପିଟାଲ ଫଣ୍ଡିଂ), ଶ୍ରମ ବଜାର ଗତିଶୀଳତା ଏବଂ ଶିଳ୍ପ ପରିପକ୍ୱତା ଭଳି କାରଣଗୁଡ଼ିକୁ ମୂଲ୍ୟାଙ୍କନ କରାଯାଇଥିଲା।
ବେଙ୍ଗାଲୁରୁରେ ସର୍ବାଧିକ ଡାଟା ସାଇଣ୍ଟିଷ୍ଟ
ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମୋଟ ଟେକ୍ ପ୍ରତିଭାର ୬୯ ପ୍ରତିଶତ ଭାରତୀୟ ସହରଗୁଡ଼ିକରେ ରହିଛନ୍ତି। ଏହି ଅଞ୍ଚଳରେ ଭାରତ ସବୁଠାରୁ ଆଗରେ ରହିଛି। ବେଙ୍ଗାଲୁରୁରେ ବିଶ୍ୱର ସର୍ବାଧିକ ଡାଟା ସାଇଣ୍ଟିଷ୍ଟ ରହିଛନ୍ତି। ଏହା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ହାଇଦ୍ରାବାଦ। ଏହି ସହରରେ ୨୫ ବର୍ଷରୁ କମ୍ ବୟସର ଟେକ୍ ପ୍ରଫେସନାଲ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏନେଇ କୋଲିୟର୍ସର ଭାରତୀୟ ଅଫିସ ସର୍ଭିସର ପରିଚାଳନା ନିର୍ଦ୍ଦେଶକ ଅର୍ପିତ ମେହରୋତ୍ରା କହିଛନ୍ତି “ଭାରତ ଟେକ୍ନୋଲୋଜି ପ୍ରତିଭାର ଏକ ପାୱାରହାଉସ୍ ଏବଂ ବିଶ୍ୱ ନବସୃଜନ ଇକୋସିଷ୍ଟମର ଏକ ପ୍ରମୁଖ ଖେଳାଳି। ଉଚ୍ଚମାନର ଅଫିସ୍ ସ୍ଫେସ୍, ଦୃଢ଼ ଆଇଟି ଭିତ୍ତିଭୂମି ଏବଂ କଷ୍ଟ କମ୍ପେଟିଟିଭନେସ୍ ବିଶ୍ୱସ୍ତରୀୟ ଟେକ୍ କମ୍ପାନୀଗୁଡ଼ିକୁ ଆକର୍ଷିତ କରିଚାଲିଛି।”
ଟେକ୍ନୋଲୋଜୀ କ୍ଷେତ୍ରରେ ବୃଦ୍ଧି ଯୋଗୁ ଅଫିସ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୫ର ପ୍ରଥମାର୍ଦ୍ଧରେ, ଟେକ୍ନୋଲୋଜୀ ଅଧିକାରୀମାନେ ଭାରତର ଶ୍ରେଷ୍ଠ ୭ଟି ସହରରେ ୧୦ ନିୟୁତ ବର୍ଗଫୁଟରୁ ଅଧିକ ଗ୍ରେଡ୍-ଏ ଅଫିସ୍ ସ୍ଥାନ ଲିଜ୍ ନେଇଥିଲେ, ଯାହା ମୋଟ ପାରମ୍ପରିକ ଅଫିସ୍ ଲିଜ୍ର ୪୦ ପ୍ରତିଶତ ଥିଲା। ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ଏହା ସର୍ବାଧିକ ଥିଲା। ଟେକ୍ ଚାହିଦାର ପ୍ରାୟ ୫୦ ପ୍ରତିଶତ ଏହି ଦୁଇଟି ସହର ପୁରଣ କରିଥିଲା। ଫ୍ଲେକ୍ସ ସ୍ପେସ୍ ବଜାରରେ ମଧ୍ୟ ଟେକ୍ନୋଲୋଜୀ ଫାର୍ମଗୁଡ଼ିକ ପ୍ରମୁଖ ଖେଳାଳି ଥିଲେ। ୨୦୨୫ ମସିହାର ପ୍ରଥମାର୍ଦ୍ଧରେ ସମସ୍ତ ଫ୍ଲେକ୍ସ ଲିଜରେ ପ୍ରାୟ ଅଧା ଏମାନେ ଅକ୍ତିଆର କରିଥିଲେ।
ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର (GCCs)ର ଅଭିବୃଦ୍ଧି ଯୋଗୁ ଭାରତର ଟେକ୍ ଅଫିସ୍ ବଢ଼ିବାରେ ଲାଗିଛି। ୨୦୨୫ର ପ୍ରଥମାର୍ଦ୍ଧରେ, ଟେକ୍ନୋଲୋଜୀ କେନ୍ଦ୍ରିତ-ଜିସିସିଏସ ମୋଟ ଜିସିସି ଲିଜର ୪୧ ପ୍ରତିଶତ ଅକ୍ତିଆର କରିଥିଲା। ଏହାର ପରିମାଣ ୫.୨ ନିୟୁତ ବର୍ଗଫୁଟ ଥିଲା। କେବଳ ବେଙ୍ଗାଲୁରୁ, ଦିଲ୍ଲୀ-ଏନ୍ସିଆର୍ ଏବଂ ହାଇଦ୍ରାବାଦ ଏହି ଚାହିଦାର ୮୫ ପ୍ରତିଶତରୁ ଅଧିକ ପୂରଣ କରିଥିଲେ।
କୋଲିୟର୍ସ ଇଣ୍ଡିଆର ଜାତୀୟ ନିର୍ଦ୍ଦେଶକ ଏବଂ ଗବେଷଣା ମୁଖ୍ୟ ବିମଲ ନାଦର କହିଛନ୍ତି “ଭାରତରେ ଟେକ୍ ଜିସିସିଗୁଡ଼ିକ ଟ୍ରାଡିସନାଲ ସପୋର୍ଟ ସେଣ୍ଟରରୁ ଷ୍ଟ୍ରାଟେଜିକ୍ ଇନୋଭେସନ ସେଣ୍ଟରକୁ ସ୍ଥିର ଭାବରେ ବିକଶିତ ହେଉଛି। ବିଶ୍ୱସ୍ତରୀୟ ଫାର୍ମଗୁଡ଼ିକର ବୃଦ୍ଧି ଏବଂ ରୂପାନ୍ତରିତ ହେବା ସହ ଭାରତର କଷ୍ଟ ଆଡଭେଣ୍ଟେଜ୍ ଏବଂ ଟାଲେଣ୍ଟ କ୍ୱାଲିଟି ନିରନ୍ତର ଜିସିସିକୁ ବିସ୍ତାର କରୁଛି।”
ଯୁବ କର୍ମଶକ୍ତି ଟେକ୍ ପ୍ରତିଭା ଅଭିବୃଦ୍ଧିକୁ ଆଗେଇ ନେଉଛି
ଭାରତର ୨୫ ବର୍ଷରୁ କମ୍ ବୟସର ଟେକ୍ ୱର୍କଫୋର୍ସ ୨୦୧୪ ରୁ ୨୦୨୨ ମଧ୍ୟରେ ୯ ପ୍ରତିଶତ ବୃଦ୍ଧି ପାଇଛି। ଯାହା ସମଗ୍ର ଶିଳ୍ପ ହାରାହାରି ଠାରୁ ୨୦ ଗୁଣ ଅଧିକ। ଏହି ଯୁବ ଟେକ୍ ପ୍ରତିଭାର ଦ୍ରୁତ ବୃଦ୍ଧି ସହରମାନଙ୍କ ମଧ୍ୟରେ ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଇଣ୍ଡୋନେସିଆର ଜାକର୍ତ୍ତା ରହିଛନ୍ତି।
ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଶ୍ରେଷ୍ଠ ଭିସି ମାର୍କେଟ୍
ବିଶ୍ୱର ସମସ୍ତ ଭେଞ୍ଚର କ୍ୟାପିଟାଲ ଡିଲ ଗ୍ରୋଥରେ ୧୦ଟି ଶୀର୍ଷ ସହର ମଧ୍ୟରେ ଏସିୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଧିକ ରହିଛି। ଚୀନ ଏ ଦିଗରେ ଭଲ ପ୍ରଦର୍ଶନ କରିଛି। ସାମଗ୍ରିକ ନିବେଶ ପରିମାଣରେ ଚୀନ୍ ପ୍ରାଧାନ୍ୟ ବିସ୍ତାର କରୁଥିବା ବେଳେ, ଭାରତ ଏହାର କାମ ପାଇଁ ଖର୍ଚ୍ଚ କମ, ଟାଲେଣ୍ଟ ସ୍କେଲ ଏବଂ ଏହି କ୍ଷେତ୍ରକୁ ଗୁରୁତ୍ୱ ଯୋଗୁ ବିଶ୍ୱକୁ ଆକର୍ଷିତ କରି ଚାଲିଛି। ଏ ନେଇ କୋଲିୟର୍ସର ଏସିଆ ପାସିଫିକର କାର୍ଯ୍ୟାଳୟ ସେବାର ପରିଚାଳନା ନିର୍ଦ୍ଦେଶକ ମାଇକ୍ ଡେଭିସ୍ କହିଛନ୍ତି “ଅତୁଳନୀୟ ଟେକ୍ ପ୍ରତିଭାଙ୍କର ଭିଡ଼ ଏବଂ ଦୃଢ଼ ଭେଞ୍ଚର କ୍ୟାପିଟାଲ ମୋମେଣ୍ଟମ ଗତି ପାଇଁ ଏସିୟ-ପ୍ରଶାନ୍ତ ମହାସାଗର ଅଞ୍ଚଳ ବିଶ୍ୱର ଧ୍ୟାନ ଆକର୍ଷଣ କରୁଛି। ବିଶେଷକରି ଭାରତ ଏବଂ ଚୀନ ଏ ଦିଗରେ ଆଗରେ ରହିଛନ୍ତି।”