ହିମାଚଳରେ ୬ ବାଗୀ ବିଧାୟକ ଅଯୋଗ୍ୟ; କଂଗ୍ରେସର ଦାବିରେ ବାଚସ୍ପତିଙ୍କ ମୋହର

Published By : Prameya-News7 Bureau | February 29, 2024 IST

ଧର୍ମଶାଳା: ହିମାଚଳ ପ୍ରଦେଶର ୬ ବାଗୀ ବିଧାୟକ ଅଯୋଗ୍ୟ । ବିଧାନସଭା ବାଚସ୍ପତି ତାଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି । ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପରେ କଂଗ୍ରେସ ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଧାନସଭାରେ ସଂସଦୀୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଚୌହାନଙ୍କ ୬ ଏମଏଲଏଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ଦାବି ରଖିଥିଲେ । ଏହା ଉପରେ ବାଚସ୍ପତି  କୁଲଦୀପ ସିଂହ ପଠାନିଆ ନିଷ୍ପତ୍ତି ଶୁଣାଇଛନ୍ତି । ଦଳୀୟ ହ୍ବିପରୁ ବେଖାତିର୍ କରି କ୍ରସ୍ ଭୋଟିଂ କରିଥିବାରୁ ତାଙ୍କ ଉପରେ ଦଳ ବିରୋଧୀ ଆଇନ ଲାଗୁ ହୋଇଛି । ଏହା ଜନାଦେଶର ଅପମାନ କହି ସ୍ପିକର ତାଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ।  

wp:html /wp:html

କଂଗ୍ରେସର ୬ ବାଗୀ ବିଧାୟକଙ୍କ ଉପରେ ଦଳବଦଳ ବିରୋଧୀ ଆଇନରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାନସଭାରେ  ଦାବି ହୋଇଥିଲା । ସୂଚନା ମୁତାବକ, ରାଜନୈତିକ ଦଳମାନଙ୍କ ମଧ୍ୟରେ  ଘୋଡ଼ା ବେପାର ରୋକିବାକୁ ୧୯୮୫ରେ ରାଜୀବ ଗାନ୍ଧି ସରକାର ୯୨ତମ ସମ୍ବିଧାନ ସଂଶୋଧନ ଆଇନ ପାରିତ କରିଥିଲେ । ଏହି ଆଇନ ଆନୁଯାୟୀ, ନେତାମାନେ ରାଜନୈତିକ ଫାଇଦା ପାଇଁ ବାରମ୍ବାର ଦଳବଦଳ କରୁଥିବା ନେତାଙ୍କ ଉପରେ ଅଙ୍କୁଶ ଲାଗିବ । ଏହା ଆଇନକୁ ସମ୍ବିଧାନର ଦଶମ ଅନୁସୂଚୀ ରଖାଯାଇଛି ।

wp:embed {"url":"https://www.prameyanews7.com/pm-visit-to-odisha-in-march-5/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pm-visit-to-odisha-in-march-5/
/wp:embed

ହିମାଚଳ ରାଜ୍ୟସଭା ନିର୍ବାଚନ ବେଳେ କଂଗ୍ରେସର ୬ ବିଧାୟକ ଯଥା, ସୁଧୀର ଶର୍ମା, ରାଜିନ୍ଦର ରାଣା, ଇନ୍ଦ୍ରଦତ୍ତ ଲଖନପାଲ, ଚୈତନ୍ୟ ଶର୍ମା, ଦେବନ୍ଦ୍ର କୁମାର ଭୁଟ୍ଟୋ ଏବଂକ ରବି ଠାକୁର ପାର୍ଟିର ଦ୍ବିପକୁ ବେଖାତିର କରି ବିଜେପି ରାଜ୍ୟସଭା ପ୍ରାର୍ଥୀ ହର୍ଷ ମହାଜନଙ୍କ ପକ୍ଷରେ ଭୋଟ୍ ଦେଇଥିଲେ । ପୂର୍ବରୁ ବିଧାନସଭାରେ ବଜେଟ୍ ପାସ୍ ବେଳେ ହ୍ବିପ୍ ଜାରି କରାଯାଇଥିଲା, ମାତ୍ର ୬ କଂଗ୍ରେସ ବିଧାୟକ ଏହାକୁ ପାଳନ କରିନଥିଲେ । ତେଣୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବାଚସ୍ପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.