ରାୟଗଡ଼ା ୧୮।୭: ଜମିବାଡ଼ି ବିବାଦରୁ ଗଡ଼ିଲା ମୁଣ୍ଡ । ଦିଅରର ଟାଙ୍ଗିଆ ଚୋଟରେ ଭାଉଜଙ୍କର ମୃତ୍ୟୁ ହୋଇଛି । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଢେପାଗୁଡା ଗାଁରେ । ହତ୍ୟାକାରୀ ଦିଅରକୁ ଗିରଫ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ପୂର୍ବ ଜମିଜମା କଳହକୁ ନେଇ ଶୁକ୍ରବାର ସକାଳ ସମୟରେ ଭାଉଜ ସୁରେନ୍ଦ୍ରୀ ସରକାର ରୋଷେଇ କରୁଥିବା ସମୟରେ ତାଙ୍କୁ ଏକ ଟାଙ୍ଗିଆ ସାହାଯ୍ୟରେ ବାରମ୍ବାର ହାଣିଥିଲେ ଦିଅର ପ୍ରେପାକ ଲୋତରା । ପରେ ଘଟଣାସ୍ଥଳରେ ହିଁ ସେ ଅଚେତ ହୋଇ ପଡିଥିଲେ । ଖବର ପାଇ ତାଙ୍କ ସ୍ୱାମୀ ପ୍ରେପାକା ବୋଇ ମାଝୀ ତାଙ୍କୁ କଲ୍ୟାଣସିଂହପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେଠାରୁ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେ କଲ୍ୟାଣସିଂହପୁର ଚିକିତ୍ସାଳୟରେ ଦୀର୍ଘ ୮ବର୍ଷ ହେବ ଏଏନଏମ ଭାବେ କାର୍ଯ୍ୟ କରୁଥିଲେ । ଅନ୍ୟପଟେ ଖବର ପାଇ କଲ୍ୟାଣସିଂହପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ହତ୍ୟାକାରୀ ପ୍ରେପକା ଲେତରାକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
You Can Read:
ଦୁର୍ଘଟଣା ପରେ ଟ୍ରକ୍ ତଳେ ଫସିରହିଛି ଡ୍ରାଇଭରଙ୍କ ମୃତଦେହ, ଉଦ୍ଧାର କାର୍ଯ୍ୟ ଜାରି