ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଆତଙ୍କୀ, ଯାହା ତାଙ୍କ ପାଇଁ ସାଜିଲା କାଳ: ପିଏମ୍‌ ମୋଦୀ

Published By : Prameya-News7 Bureau | May 31, 2025 IST

News7

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ଭାରତର ମହିଳା ଶକ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ସେହି ଶକ୍ତି ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକଙ୍କୁ ମୂଳପୋଛ କରିଛି। ପାକିସ୍ତାନକୁ ଚେତାବନୀ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୋପାଳ ଗସ୍ତ ଅବସରରେ ମହିଳା ସଶକ୍ତିକରଣର ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ସଂସ୍କୃତି ଏବଂ ପରମ୍ପରାର ଦେଶ। ସିନ୍ଦୂର ଆମ ପରମ୍ପରାରେ ମହିଳା ଶକ୍ତିର ପ୍ରତୀକ। ରାମଙ୍କ ଭକ୍ତିରେ ହନୁମାନ ଜୀ ମଧ୍ୟ ସିନ୍ଦୂର ପିନ୍ଧନ୍ତି। ଆମେ ଶକ୍ତି ପୂଜାରେ ସିନ୍ଦୂର ଅର୍ପଣ କରୁ। ଏହି ସିନ୍ଦୂର ଏବେ ଭାରତର ସାହସର ପ୍ରତୀକ ପାଲଟିଛି। ପହଲଗାମରେ ଆତଙ୍କବାଦୀମାନେ କେବଳ ଭାରତୀୟଙ୍କ ରକ୍ତ ବୁହାଇ ନଥିଲେ, ସେମାନେ ଆମ ସଂସ୍କୃତି ଉପରେ ମଧ୍ୟ ଆକ୍ରମଣ କରିଥିଲେ। ସେମାନେ ସମାଜକୁ ବିଭାଜିତ କରିବାକୁ ଚେଷ୍ଟା କରିଥିଲେ। 

ଅପରେସନ ସିନ୍ଦୂର ହେଉଛି ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତର ଇତିହାସରେ ସବୁଠାରୁ ବଡ଼ ଏବଂ ସଫଳ ଅପରେସନ। ଯେଉଁଠାରେ ପାକିସ୍ତାନୀ ସେନା ଭାବି ନଥିଲେ, ଆମର ସେନା ସେଠି ପହଞ୍ଚି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧୂଳିସାତ୍ କରିଦେଇଛି। ସେମାନେ ଶହ ଶହ କିଲୋମିଟର ଭିତରକୁ ପଶି ସେମାନଙ୍କୁ ଧୂଳିସାତ୍ କରିଦେଇଛନ୍ତି। ଅପରେସନ ସିନ୍ଦୂର ସ୍ପଷ୍ଟ ଭାବରେ କହିଛି ଯେ ଆତଙ୍କବାଦୀଙ୍କ ମାଧ୍ୟମରେ ପ୍ରକ୍ସି ଯୁଦ୍ଧ କରାଯିବ ନାହିଁ। ଏବେ ଆମେ ଘରେ ପଶି ମଧ୍ୟ ହତ୍ୟା କରିବୁ। ଯିଏ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବ ତାଙ୍କୁ ମଧ୍ୟ ବହୁତ ମୂଲ୍ୟ ଦେବାକୁ ପଡିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳ ପହଞ୍ଚିବା ପରେ ଏକ ରୋଡ୍ ଶୋ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ରୋଡ୍ ଶୋ ପରେ ଜମ୍ବୁରୀ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, 'ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ ମହାରାଣୀ ଅହଲ୍ୟାବାଈଙ୍କ ପ୍ରତି ସମର୍ପିତ ଭାବନା ମାଧ୍ୟମରେ ଆମେ ମହିଳା ସଶକ୍ତିକରଣର ଆମର ସଂକଳ୍ପ ପୂରଣ କରିବାକୁ ଚାହୁଁଛୁ।

  • Operation Sindoor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.