ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ସୂର୍ଯ୍ୟଗଡ ପ୍ୟାଲେସରେ ହେବ ସିଦ୍ଧାର୍ଥ-କିଆରାଙ୍କ ବିବାହ, ଗୋଟିଏ ରାତିର ଭଡା କେତେ ? ଜାଣିଲେ ଉଡିଯିବ ହୋସ୍ !

6/02/2023 at 6:10 PM

ମୁମ୍ବାଇ ୦୬।୦୨ : ବଡ ବଡ ବଲିଉଡ ଷ୍ଟାରଙ୍କର ଏବେ ଓ୍ବେଡିଂ ଡେଷ୍ଟିନେସନ ପାଲଟିଛି ରାଜସ୍ଥାନ । ପ୍ରିୟଙ୍କା ଚୋପ୍ରା-ନିକ ଜୋନସ୍, ବିକି କୌଶଲ-କ୍ୟାଟ୍ରିନା କୈଫଙ୍କ ପରେ ପରେ ଏବେ ରାଜସ୍ଥାନରେ ବିବାବ କରିବାକୁ ଯାଉଛନ୍ତି ବଲିଉଡର ଚର୍ଚ୍ଚିତ ଲଭବାର୍ଡ୍ । ଉଭୟ ରାଜସ୍ଥାନ ଜୈସଲମେରର ସୁର୍ଯ୍ୟଗଡ ହୋଟେଲରେ ବିବାହ କରିବେ ।  ସିଦ୍ଧାର୍ଥ-କିଆରାଙ୍କ ହଳଦି, ମେହେନ୍ଦି, ସଂଗୀତ ସରିଥିବା ବେଳେ ମଙ୍ଗଳବାର ଅର୍ଥାତ୍ ଫେବୃୟାରୀ ୭ରେ ପଡିବ ହାତଗଣ୍ଠି ।  ଏହି ପ୍ରେମପକ୍ଷୀ ନିଜର ସୁନ୍ଦର ମୁହୂର୍ତ୍ତ ପାଇଁ ବାଛିଛନ୍ତି ସୂର୍ଯ୍ୟଗଡ ପ୍ୟାଲେସ । କିନ୍ତୁ ଜାଣନ୍ତି କି ସୂର୍ଯ୍ୟଗଡ ହୋଟେଲର ଭଡା କେତେ ?

ସହରଠାରୁ ୧୬ କିଲୋମିଟର ଦୂରରେ ଥିବା ଏହି ପ୍ୟାଲେସ୍ ସାରା ବିଶ୍ୱରେ ପ୍ରସିଦ୍ଧ । ଅଧିକାଂଶ ରୟାଲ ଓ୍ବେଡିଂ ସୂର୍ଯ୍ୟଗଡ ହୋଟେଲରେ ଅନୁଷ୍ଠିତ ହୋଇଥାଏ  । ତେବେ ଏପ୍ରିଲରୁ ସେପ୍ଟେମ୍ବର ଯାଏଁ ଗୋଟିଏ ଦିନ ପାଇଁ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ଦେବାକୁ ପଡିଥାଏ । ସେହିପରି ପର୍ଯ୍ୟଟନ ଋତୁ ଅର୍ଥାତ୍ ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଦୈନିକ ପ୍ରାୟ ୨ କୋଟି ଟଙ୍କା ଦେବାକୁ ପଡିଥାଏ ଭଡା । ଏଠାରେ ରହିଛି ୮୩ଟି ରୁମ୍ ।  ଏହି ପ୍ୟାଲେସରେ କେବଳ ରାତ୍ରୀ ଭୋଜନ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେବାକୁ ପଡିଥାଏ ୧୫ ହଜାର ଟଙ୍କା ।

ତେବେ ଆସନ୍ତୁ ଜାଣିବା କେଉଁ ରୁମ ପାଇଁ କେତେ ଦେବାକୁ ପଡିଥାଏ ଭଡା;-

ଫୋର୍ଟ ରୁମ୍ – ଏହି ରୁମଟି ୨୫୦ ବର୍ଗଫୁଟରେ ନିର୍ମିତ । ଗୋଟିଏ ଦିନ ପାଇଁ 20 ହଜାର ଟଙ୍କା ଦେବାକୁ ପଡିଥାଏ ଭଡା  । ଏଥିସହ ଟ୍ୟାକ୍ସ ମଧ୍ୟ ଅଲଗା ଦେବାକୁ ପଡିଥାଏ ।

ହେରିଟେଜ୍ ରୁମ୍ – ଫୋର୍ଟ ରୁମ୍ ଠାରୁ ହେରିଟେଜ୍ ରୁମ୍ ବଡ଼ । ଗୋଟିଏ ଦିନ ପାଇଁ ଭଡା 25 ରୁ 30 ହଜାର ଟଙ୍କା ରହିଛି । ଏଥିସହ ଟ୍ୟାକ୍ସ ରହିଛି ଅଲଗା ।

ପାଭିଲିୟନ୍ ରୁମ୍- ଏହା ତଳ ମହଲାରେ ରହିଛି ଏବଂ ଏଥିରେ ସମସ୍ତ ଆଧୁନିକ ସୁବିଧା ଅଛି । ଏହାର ଗୋଟିଏ ଦିନର ଭଡା ୨୦ରୁ ୨୫ ହଜାର ।

ଏହାପରେ ଆସିବା ସୁଇଟ୍ ଶ୍ରେଣୀକୁ ;-

ସିଗନେଚର୍ ସୁଇଟ୍ – ଏହି ସୁଇଟ୍ରେ ଗୋଟିଏ ଡ୍ରଇଂ ରୁମ ରହିଛି । ଯାହାର ଭଡା ୧୮ରୁ ୩୫ ହଜାର ଟଙ୍କା ଏବଂ ଟ୍ୟାକ୍ସ ଦେବାକୁ ପଡିବ ଅଲଗା

ଲଗଜୁରୀ ସୁଇଟ୍ – ଏହି ସୁଇଟରେ ରହିଛି ଗୋଟିଏ ଡ୍ରଇଂ ରୁମ୍ ଏବଂ 2 ଜଣଙ୍କ ପାଇଁ ଡାଇନିଂ ଟେବୁଲ୍ । ଏହାର ଗୋଟିଏ ଦିନ ପାଇଁ ଟ୍ୟାକ୍ସ ସହ ଭଡା ରହିଛି  ୪୫ରୁ ୫୦ ହଜାର ।

ସୂର୍ଯ୍ୟଗଡ ସୁଇଟ୍ – ଏହି ସୁଇଟ୍ ଛାତ ଉପରେ ୧୩୦୦ରୁ ୧୪୦୦ ବର୍ଗମିଟରରେ ନିର୍ମିତ । ଏଥିରେ ଗୋଟିଏ ଡ୍ରଇଂ ରୁମ୍, ଗୋଟିଏ ବେଡ୍ ରୁମ୍ ଏବଂ ଏକ ପର୍ସନାଲ୍ ସୁଇମିଂ ପୁଲ୍ ରହିଛି ।

   Related Posts