ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଆଁ, ସର୍ଟ ସର୍କିଟରୁ ଜଳିଗଲା ଇଲେକ୍ଟ୍ରି ପ୍ୟାନେଲ ବୋର୍ଡ

Published By : Prameya-News7 Bureau | June 28, 2023 IST

ନୂଆପଡା ୨୮/୦୬: ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ୍‌ରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଇଲେକ୍ଟ୍ରି ପ୍ୟାନେଲ ବୋର୍ଡ । ଘଟଣା ସ୍ଥଳରେ ନୂଆପଡା ଅଗ୍ନିଶମ ବିଭାଗ ନିଆଁ ଲିଭା ଜାରି ରଖିଛି । ତେବେ ଏହି ଅଗ୍ନିକାଣ୍ଡରେ ପ୍ୟାନେଲ ବୋର୍ଡ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଅନ୍ୟ କୌଣସି କ୍ଷୟକ୍ଷତି ହୋଇନାହିଁ ।

ସୂଚନା ଥାଉକି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିଲା । ଫଳରେ ଇଲେକ୍ଟ୍ରି ପ୍ୟାନେଲ ବୋର୍ଡ ପୂରା ଜଳିଯାଇଥିଲା । ତେବେ ଏଥିରେ ବିଶେଷ କିଛ୍ କ୍ଷୟ କ୍ଷତି ହୋଇନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.