ରୁଷ ସମୁଦ୍ରରେ ଇଂଧନ ସ୍ଥାନାନ୍ତର ବେଳେ ଜାହାଜ ବିସ୍ଫୋରଣ; ସମ୍ବଲପୁରର ଜଣେ ଯୁବକ ନିଖୋଜ

Published By : Prameya-News7 Bureau | January 24, 2019 IST

ସମ୍ବଲପୁର ୨୪/୧ : ରୁଷିଆ ସମୁଦ୍ରରେ ହୋଇଥିବା କାର୍ଗୋ ଜାହାଜ ବିସ୍ପୋରଣରେ ଜଣେ ଓଡ଼ିଆ ଯୁବକ ନିଖୋଜ | ତାଙ୍କ ନା ସିଦ୍ଧାର୍ଥ ମେହେର | ସିଦ୍ଧାର୍ଥଙ୍କ ଘର ସମ୍ବଲପୁର ସହରରେ | ଦୁର୍ଘଟଣା ଶିକାର ହୋଇଥିବା ମେଷ୍ଟ୍ରୋ ଜାହାଜ ଏକ ଏଲ୍ପିଜି ଗ୍ୟାସ ଟାୟଙ୍କର ଥିଲା | ଉକ୍ତ ଜାହାଜରୁ ଇଂଧନ ସ୍ଥାନାନ୍ତର କରାଯାଉଥିବା ବେଳେ ନିଆଁ ଲାଗି ବିସ୍ପୋରଣ ହୋଇଥିବା ଜଣାପଡିଛି | ସିଦ୍ଧାର୍ଥ ପାଠପଢା ଶେଷ କରିବାପରେ ନିମ୍ବସ ମେରିଟାଇମ ସର୍ଭିସେସ ପ୍ରାଇଭେଟ ଲିମିଟେଡ଼ ନାମକ ମୁମ୍ବାଇ ଭିତ୍ତିକ ନୌବାଣିଜ୍ୟ କମ୍ପାନୀରେ ନିଯୁକ୍ତି ପାଇଥିଲେ |

{"id":77608}

ସେ ସେଠାରେ ମେଷ୍ଟ୍ରୋ ଜାହାଜରେ ଡେ଼କ କ୍ୟାଡେଟ ଭାବେ ତାଲିମ ନେଉଥିଲେ | ଏପଟେ ସିଦ୍ଧାର୍ଥ ନିଖୋଜ ଥିବାବେଳେ ପରିବାର ମଧ୍ୟ ତାଙ୍କ ପାଇଁ ବିବ୍ରତ ହୋଇପଡୁଛନ୍ତି |ବିସ୍ଫୋରଣ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି | ଜାହାଜରେ ତୁର୍କୀ ଏବଂ ଭାରତର ୧୭ ଜଣ ନାବିକ ଥିଲେ |

{"id":77609}

ଗୋଟିଏ ଟ୍ୟାଙ୍କର ଆଉ ଏକ ଟ୍ୟାଙ୍କରକୁ ତେଲ ସ୍ଥାନାନ୍ତର କଲାବେଳେ ବିସ୍ଫୋରଣ ଘଟିଥିଲା | ଜାହାଜରେ ନିଆଁ ଲାଗିବ ପରେ ଜାହାଜ ଅଧିକାରୀ ନାବିକମାନଙ୍କୁ ସମୁଦ୍ର ମଧ୍ୟରୁ ଡେଇଁବା ପାଈଁ ଉପଦେଶ ଦେଇଥିଲେ | ଘଟଣାରେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି |

{"id":77610}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.