ଏମ୍‌ଡିଏମ୍‌କୁ ନେଇ ସ୍କୁଲ ହତାରେ ଏସଏଚଜି ଟଣା ଓଟରା ଓ ବାଡ଼ା ବାଡ଼ି: ଭିଡିଓ ଭାଇରାଲ

Published By : Prameya-News7 Bureau | June 29, 2022 IST

ଭଦ୍ରକ ୨୯/୦୬: ମଧ୍ୟାହ୍ନ ଭୋଜନ ରନ୍ଧାକୁ ନେଇ ଏସଏଚଜି ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଟଣା ଓଟରା ଓ ଭିଡାଭିଡ଼ି । ଭାଇରାଲ ହେଉଛି ଏମିତି ଏକ ଭିଡିଓ । ଏମିତି କି ମଧ୍ୟାନ ଭୋଜନ ବଦଳ ରେ ଛାତ୍ର ଛାତ୍ରୀ ମାନେ ବିସ୍କୁଟ ଖାଇ ଫେରିଥିବା ସୂଚନା ମିଳିଛି । ତେବେ ସ୍କୁଲ ହତାରେ ମାରପିଟ୍ ବେଳର ଦୃଶ୍ୟ ବେଶ ରୋମାଞ୍ଚକର ଥିଲା ।

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜ ନିଜ ଭିତରେ ମାରପିଟ୍ କରିବା ସହିତ ଟଣା ଓଟରା ବେଶ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାଯୋଗ୍ୟ ଯେ, ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ତାଳପଦା ନୋଡାଲ ସ୍କୁଲରେ । ସୂଚନା ଅନୁଯାୟୀ ଏହି ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଏସଏଚଜି ମହିଳାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇ ମାଡ଼ପିଟ ପର୍ଯ୍ୟନ୍ତ କଥା ଯାଇଥିଲା ।

wp:html /wp:html

ସ୍କୁଲ ହତାରେ ମାଡ଼ପିଟ ବେଳର ଏହି ଭିଡିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଳରେ ପିଲାମାନେ ସ୍କୁଲ ଶିକ୍ଷକଙ୍କ ପକେଟ ଖର୍ଚ୍ଚରୁ ବିସ୍କୁଟ ଖାଇ ଘରକୁ ଫେରିଥିବା ସୂଚନା ମିଳିଛି । ତେବେ ଏହି ଘଟଣା ପରେ ଉଭୟ ପକ୍ଷଙ୍କ ତରଫରୁ ଧାମନଗର ଥାନାରେ ଲିଖିତ ଏତଲା ହୋଇଥିବା ବେଳେ ପରେ ସମାଧାନ ହୋଇଥିବା ଖବର ମିଳିଛି ।

କିନ୍ତୁ ସ୍କୁଲ ହତା ରେ ଛାତ୍ର ଛାତ୍ରୀ ଙ୍କ ସମ୍ମୁଖ ରେ ମହିଳା ମାନଙ୍କ ଟଣାଓଟରା ଓ ମାଡ଼ପିଟ ଏବେ ଚର୍ଚ୍ଚା ଚାଲିଛି । କିନ୍ତୁ ଘଟଣା କୁ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.