କେମିତି ହେଲା ଶାସ୍ତ୍ରୀଜୀଙ୍କ ମୃତ୍ୟୁ? ଜାଣିବାକୁ ଚାହୁଁଛି ପୂରା ଦେଶ, ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର

Published By : Prameya-News7 Bureau | July 21, 2022 IST

ନୂଆଦିଲ୍ଲୀ 21/07: ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପରିବାର ସଦସ୍ୟ ତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କରିଛନ୍ତି। ସ୍ୱର୍ଗତ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଏକ ସିକ୍ରେଟ ଏଜେନ୍ସି ହତ୍ୟା କରିଥିବା ଦାବି କରିଛନ୍ତି ନାତି ବିଭାକର ଶାସ୍ତ୍ରୀ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଜୀଙ୍କର ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୀଙ୍କୁ ଅନୁରୋଧ କରିଛନ୍ତି ବିଭାକର ଶାସ୍ତ୍ରୀ।  ପ୍ରତ୍ୟେକ ଭାରତୀୟ ଏହି ପ୍ରଶ୍ନର ଉତ୍ତର ଚାହୁଁଛନ୍ତି। ସେହି ଦିନ ରାତିରେ ମୋର ଜେଜେବାପା ଶାସ୍ତ୍ରୀ ଜୀଙ୍କ ସହ ଏମିତି କଣ ହୋଇଥିଲା ଯାହାକୁ ସମସ୍ତେ ଜାଣିବାକୁ ଚାହୁଁଛନ୍ତି।

wp:html /wp:html

ଲାଲ ବାହାଦୂର ଶାସ୍ତ୍ରୀ 1965 ମସିହାରେ ସୋଭିଏତ୍ ଋଷର ଅଂଶ ଥିବା ତାସକେଣ୍ଟ ପରିଦର୍ଶନ କରିଥିଲେ। ତେବେ 1965 ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧକୁ ଶେଷ କରିବାକୁ ତାସକେଣ୍ଟ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ହେବାର ଗୋଟିଏ ଦିନ ପରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ବିଷୟରେ ଅନେକ ଷଡଯନ୍ତ୍ର ଥିଓରୀ ଅଛି ।

ସିବିଆଇର ଗୁପ୍ତ ଅପରେସନ୍ ଦାୟିତ୍ୱରେ ଥିବା ରବର୍ଟ କ୍ରୋଲେ କହିଛନ୍ତି ଯେ ଶାସ୍ତ୍ରୀଙ୍କୁ ଏଜେନ୍ସି ଦ୍ୱାରା ହତ୍ୟା କରାଯାଇଛି। ଗ୍ରେଗୋରୀ ଡଗଲାସଙ୍କ 'କନଭର୍ସେସନ ୱିଥ୍ ଦ କ୍ରୋ' ପୁସ୍ତକରେ ତାଙ୍କ ବିବୃତ୍ତି ଉଲ୍ଲେଖ କରାଯାଇଛି।

କ୍ରାଉଲି ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ଆଣବିକ ବୈଜ୍ଞାନିକ ଡ. ହୋମି ଭାଭାଙ୍କୁ ମଧ୍ୟ ଗୁପ୍ତଚର ସଂସ୍ଥା ହତ୍ୟା କରିଛି। 1966 ମସିହାରେ ଆଲପ୍ସରେ ଏକ ବିମାନ ଦୁର୍ଘଟଣାରେ ଭାବାଙ୍କର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.