ଶାହରୁଖଙ୍କ ନବାବି ସଉକ୍, ଦାମୀ ଘଣ୍ଟା ପିନ୍ଧିଥିବା ଆସିଲେ ନଜର, ଦାମ୍ ଜାଣି ହୋଇଯିବେ ତାଜୁବ...

Published By : Prameya-News7 Bureau | February 11, 2023 IST

ମୁମ୍ବାଇ୧୧।୦୨: ୨୦୨୩ ଶାହରୁଖଙ୍କ ପାଇଁ ବେଶ୍ ଧମାକେଦାର ରହିଛି ।  ଦୀର୍ଘ ୪ ବର୍ଷ ପରେ ଫେରିଛନ୍ତି ସିଲଭର ସ୍କିନକୁ । ଏହାପରେ ବି ସେ ସାରା ଭାରତରେ ଛାଇଯାଇଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ପଠାନ ଜବରଦସ୍ତ ହିଟ୍ ହୋଇଛି । ଯାହାକୁ ନେଇ ତାଙ୍କ ଖୁସିର ଠିକଣା ନାହିଁ । ପଠାନକୁ ନେଇ ଚର୍ଚ୍ଚାରେ ଥିବା କିଙ୍ଗଖାନ ଏବେ ଆଉ ଏକ କାରଣକୁ ନେଇ ଲାଇମଲାଇଟକୁ ଆସିଛନ୍ତି । ତେବେ ଏହି କାରଣଟି ହେଉଛି ତାଙ୍କର ଦାମୀ ଘଣ୍ଟା । ଯାହାକୁ ଇଭେଣ୍ଟରେ ପିନ୍ଧିଥିବା ନଜର ଆସିଥିଲେ । ଯାହାକୁ ନେଇ ସୋଶିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା ଲାଗି ରହିଛି ।

ତେବେ କିଙ୍ଗଖାନଙ୍କ ଏହି ଘଣ୍ଟା ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ । ବାଦଶାହାଙ୍କ ଏହି ଘଣ୍ଟାରେ ମୁମ୍ବାଇ ପରି ସହରରେ ଏକ ବିଳାସପୂର୍ଣ୍ଣ ଫ୍ଲାଟକୁ ସହଜରେ କିଣି ହୋଇପାରିବ । ତେବେ ଆପଣମାନେ କଳ୍ପନା କରିପାରୁଥିବେ ଘଣ୍ଟାର ଦାମ୍ କେତେ ହୋଇପାରେ । ଆସନ୍ତୁ ଜାଣିବା ଏହି ଘଣ୍ଟାର ମୂଲ୍ୟ ।  ଏହାର ଦାମ୍ ହେଉଛି  ୪ କୋଟ ୯୮ ଲକ୍ଷ ଅର୍ଥାତ୍ ପ୍ରାୟ ୫ କୋଟି ଟଙ୍କା ।  

ଦୁନିଆର ସବୁଠାରୁ ଧନୀ ଅଭିନେତାମାନଙ୍କ ମଧ୍ୟରେ କିଙ୍ଗଖାନ୍ ରହିଛନ୍ତି ।  ବଲିଉଡର ବାଦଶାହ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି। ତାଙ୍କର ବଙ୍ଗଳା ମନ୍ନତର ଦାମ୍ ମଧ୍ୟ କୋଟି କୋଟି । ଯାହା ସେ ୨୦ ର ୨୨ ବର୍ଷ ପୂର୍ବେ କିଣିଥିଲେ । ଶାହାରୁଖ ଯେତେବେଳେ କ୍ୟାରିଅର୍ ଆରମ୍ଭ କରିଥିଲେ, ସେତେବେଳେ ସେ ଏକ ସିମ୍ପଲ୍ ଫ୍ଲାଟରେ ରହୁଥିଲେ । କିନ୍ତୁ କଠିନ ପରିଶ୍ରମ ବଳରେ ବଲିଉଡର କିଙ୍ଗଖାନ ହୋଇଥିଲେ ଶାହରୁଖ । ସେ ଏବେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି । ତାଙ୍କ ପାଖରେ କେବଳ ଏକ ଦାମୀ ଘର କି କାର ନୁହେଁ, ଦୁନିଆର ସମସ୍ତ ମୂଲ୍ୟବାନ ଜିନିଷ ତାଙ୍କ ପାଖରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.