ରିଲିଜ୍ ପୂର୍ବରୁ ମାଲେମାଲ୍ ଫିଲ୍ମ 'ପଠାନ୍', ଶହେ କୋଟି ଟଙ୍କାରେ ବିକ୍ରିହେଲା ଶାହାରୁଖଙ୍କ ଫିଲ୍ମର OTT ରାଇଟ୍ସ !

Published By : Prameya-News7 Bureau | December 27, 2022 IST

ମୁମ୍ବାଇ ୨୭।୧୨ : ଶାହାରୁଖ୍ ଖାନ୍ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ପଠାନ୍ ରିଲିଜ ଅପେକ୍ଷାରେ ଦର୍ଶକ। ପଠାନର ଟିଜର ରିଲିଜ ପରେ ଫ୍ୟାନଙ୍କ ମଧ୍ୟରେ କ୍ରେଜ। ଶାହାରୁଖଙ୍କ ଧମାକେଦାର ସ୍ପାଇ ଅବତାର ଫ୍ୟାନ୍ସଙ୍କୁ କରିଛି ପାଗଳ। ଦୀପିକାଙ୍କ ଆକ୍ସନକୁ ଜନ୍ ଅବ୍ରାହାମଙ୍କୁ ଭିଲେନ୍ ଭୂମିକାରେ ଦେଖିବା ପରେ ଫ୍ୟାନ୍ସ ଖୁବ୍ ଏକ୍ସାଇଟେଡ୍। ଡିସେମ୍ବରରେ ଫିଲ୍ମର ଦୁଇଟି ଗୀତ 'ବେସରାମ ରଙ୍ଗ' ଏବଂ 'ଝୁମେ ଜୋ ପଠାନ'ର ଦୁଇଟି ଗୀତ ରିଲିଜ୍ ହୋଇ ସାରିଛି। ଯାହା ହୋଇଛି ଜବରଦସ୍ତ ହିଟ୍। ଏହା ଦେଖିବା ପରେ ଇଏ ବି ପକ୍କା ଯେ, ପ୍ରେକ୍ଷାଳୟରେ ରିଲିଜ୍ ପରେ 'ପଠାନ୍'କୁ OTTରେ ଦର୍ଶକଙ୍କ ଖୁବ୍ ଭଲ ପାଇବା ମିଳିବ ବୋଲି ଆଶା କରାଯାଉଛି। ତେଣୁ ପ୍ରତ୍ୟେକ OTT ପ୍ଲାଟଫର୍ମକୁ ଏବେ ଶାହାରୁଖଙ୍କ ଫିଲ୍ମ ଉପରେ ନଜର।  ବର୍ତ୍ତମାନ ଆସୁଥିବା ରିପୋର୍ଟ ଅନୁଯାୟୀ ଆମାଜନ ପ୍ରାଇମ 'ପଠାନ'ର  ରାଇଟ୍ସ ପାଇବା ରେସରେ ବାଜି ମାରି ନେଇଛି।

ଏଭଳି ରିପୋର୍ଟ ଆସୁଛି ଯେ 'ପଠାନ'ର OTT ରାଇଟ୍ସ ବିକ୍ରି ହୋଇସାରିଛି। କୁହାଯାଉଛି ଯେ ଶାହାରୁଖଙ୍କ କମବ୍ୟାକ୍ ଫିଲ୍ମର OTT ରାଇଟ୍ସ  କିଣିବାରେ ଆମାଜନ ପ୍ରାଇମ ମାରିନେଇଛି ବାଜି। 'ପଠାନ'ର OTT ରାଇଟ୍ସ ପାଇଁ ଆମାଜନ ପ୍ରାଇମ 100 କୋଟି ଟଙ୍କା ଖର୍ଚ୍ଚ କରିଛି। ରିପୋର୍ଟରେ କୁହାଯାଇଛି ଯେ, ଏହି ଫିଲ୍ମ ପାଇଁ ଆମାଜନ ପ୍ରାଇମ ଶନିବାର ଡିଲ୍ ଫାଇନାଲ୍ କରିଛି।

ଜାନୁୟାରୀ 25ରେ ଫିଲ୍ମ ପଠାନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି।  ହେଲେ OTT ରେ 'ପଠାନ୍' କେବେ ରିଲିଜ୍ ହେବ ସେ ସମ୍ପର୍କରେ କୌଣସି ସୂଚନା ଆସିନାହିଁ। କିନ୍ତୁ ଆମାଜନ ପ୍ରାଇମ ଡିଲ ସହ ଜଡିତ ରିପୋର୍ଟରେ କୁହାଯାଇଛି ଯେ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ଆରମ୍ଭରେ 'ପଠାନ' OTT ରେ ମୁକ୍ତିଲାଭ କରିପାରେ।

ଶାହାରୁଖ ଖାନଙ୍କ 'ପଠାନ'କୁ ନେଇ ବିବାଦ ଥମିବାରେ ନାଁ ନେଉନି। ଫିଲ୍ମର ପ୍ରଥମ ଗୀତ 'ବେସରମ ରଙ୍ଗ'ରେ ଦୀପିକା ପାଦୁକୋନଙ୍କ ବିକିନି ରଙ୍ଗକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଏହା ଧାର୍ମିକ ଭାବନାକୁ ଆଘାତ ଦେଉଛି ବୋଲି କୁହାଯାଉଛି। ସୋସିଆଲ ମିଡିଆରେ ଏହି ବିବାଦ ହେତୁ 'ପଠାନ' ଟ୍ରୋଲ  ବି ହେଉଛିଛି। କିନ୍ତୁ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ଏକ୍ସସାଇଟମେଣ୍ଟ ଦେଖିଲେ ଏହା ଫିଲ୍ମର ରିଲିଜ ଉପରେ  କୌଣସି ପ୍ରଭାବ ପଡ଼ିବନି ବୋଲି ଜଣା ପଡ଼ୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.