ଅନନ୍ତ-ରାଧିକାଙ୍କ ପ୍ରିୱେଡିଂରେ ରୋମାଣ୍ଟିକ୍‌ ଡ୍ୟାନ୍ସ କଲେ ଶାହରୁଖ୍‌-ଗୌରୀ, ଭିଡିଓ ଭାଇରାଲ

Published By : Prameya-News7 Bureau | March 04, 2024 IST

ମୁମ୍ଵାଇ ୦୪।୦୩: ଅନନ୍ତ-ରାଧିକାଙ୍କର ଗ୍ରାଣ୍ଡ ପ୍ରିୱେଡିଂ ଖୁବ୍‌ ଚର୍ଚ୍ଚାରେ ଥିଲା । ଏହି ସେଲିବ୍ରେସନ୍‌ରେ ବଲିଉଡର ଅଧାରୁ ଅଧିକ କଳାକାର ବିବାହ ପୂର୍ବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତୃତୀୟ ତଥା ଶେଷ ଦିନରେ ଅଧିକ ଅତିଥି ମଧ୍ୟ ଅଂଶଗ୍ରହଣ କରିଥିଲେ। ବଚ୍ଚନ ପରିବାର ଠାରୁ ଉଦିତ ନାରାୟଣ ଏବଂ ଅରିଜିତ ସିଂ ପର୍ଯ୍ୟନ୍ତ ବହୁ ବଡ ବ୍ୟକ୍ତିତ୍ୱ ଏଥିରେ ଭାଗ ନେଇଥିଲେ। କିନ୍ତୁ ଅଧିକ ଲାଇମଲାଇଟରେ ରହିଥିଲେ ଶାହାରୁଖ ଏବଂ ଗୌରୀ । ଶାହାରୁଖଙ୍କ ଫିଲ୍ମ ଭିର-ଜରା ର ‘ମେନ୍ ୟାହାଁ ହୁଁ ୟାହାଁ ..’ ଗୀତରେ ଏହି ଦମ୍ପତି ରୋମାଣ୍ଟିକ୍‌ ଡ୍ୟାନ୍ସ କରିଥିଲେ ।

wp:html /wp:html

ବର୍ତ୍ତମାନ ଶାହାରୁଖ ଏବଂ ଗୌରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦୁହେଁ ଦୁହେଁ ପରସ୍ପରର ହାତ ଧରି ରୋମାଣ୍ଟିକ୍‌ ଡ୍ୟାନ୍ସ କରୁଛନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଶଂସକମାନେ ତାଙ୍କ ଭିଡିଓରେ ବହୁତ ଭଲପାଇବା  ଦେଉଛନ୍ତି। ତାଙ୍କର ଭିଡିଓ ବହୁତ ସେୟାର କରାଯାଉଛି । କହିବାକୁ ଗଲେ ଶାହାରୁଖ ଏବଂ ଗୀରୀ କ୍ୱଚିତ୍ ନାଚୁଥିବା ଦେଖାଯାଆନ୍ତି । ଏଭଳି ପରିସ୍ଥିତିରେ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି।

wp:html
/wp:html

ଏହା ବ୍ୟତୀତ ରାଧିକା ମର୍ଚାଣ୍ଟଙ୍କ ବ୍ରାଇଡ୍‌ ଏଣ୍ଟ୍ରି ଖୁବ୍‌ ହଇଚଇ ସୃଷ୍ଟି କରିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭୁରି ବୁଲୁଛି। ଏଥିରେ ଜାହ୍ନବୀ କପୁରଙ୍କ ସମେତ ଅନେକ ବଲିଉଡ ଅଭିନେତ୍ରୀ ରାଧିକାଙ୍କୁ ସ୍ୱାଗତ କରୁଥିବାର ନଜର ଆସିଛନ୍ତି। ଏତିକି ହିଁ ନୁହେଁ ଏହି ସେଲିବ୍ରେସନ୍‌ରେ ଇଣ୍ଟରନ୍ୟାସନାଲ ଗେଷ୍ଟ ମଧ୍ୟ ସାମିଲ ହୋଇଥିଲେ।

wp:embed {"url":"https://www.prameyanews7.com/indian-idol-14-winner-vaibhav-gupta/","type":"wp-embed","providerNameSlug":"prameya-news-7"}
https://www.prameyanews7.com/indian-idol-14-winner-vaibhav-gupta/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.