ପ୍ରିନ୍ସ ୱିଲିୟମ୍‌ ଦୁନିଆର ସବୁଠୁ ସୁନ୍ଦର ଚନ୍ଦା ପୁରୁଷ, ହଲିଉଡ୍‌ ସୁପର୍‌ଷ୍ଟାର ଭିନ୍‌ ଡିଜେଲଙ୍କୁ ପଛରେ ପକାଇଲେ

Published By : Prameya-News7 Bureau | November 19, 2023 IST

ବିଶ୍ୱର ସବୁଠୁ ସେକ୍ସି ଚନ୍ଦା ବ୍ୟକ୍ତିର ଟାଇଟଲ ଜିତିଛନ୍ତି ବ୍ରିଟେନ ରାଜକୁମାର ପ୍ରିନ୍ସ ୱିଲିୟମ୍‌ । ଗୁଗଲ୍‌ ସର୍ଚ୍ଚ ଉପରେ  ଆଧାରିତ ଏକ ନୂଆ ଅଧ୍ୟୟନରେ ତାଙ୍କୁ ‘ସେକ୍ସିଏଷ୍ଟ  ବାଲ୍‌ଡ ମ୍ୟାନ୍‌ ଅଫ୍‌ ୨୦୨୩’ ଟାଇଟଲ ମିଳିଛି । ମାର୍କେଟିଂ  ଏଜେନ୍ସି ରିବୁଟ୍‌ ଏହି ଅଧ୍ୟୟନ କରିଥିଲା । ‘ସାର୍ଟଲେସ୍‌’  କିମ୍ବା ‘ନେକେଡ୍‌’ ଭଳି ଶବ୍ଦ ସହିତ ଗୁଗଲ୍‌ରେ କେତେ  ଥର ପ୍ରିନ୍ସ ୱିଲିୟମ୍‌ଙ୍କୁ ଲୋକେ ଖୋଜିଛନ୍ତି, ତା’ର  ବିଶ୍ଳେଷଣ ଜରିଆରେ ଏହି ଟାଇଟଲ ତାଙ୍କୁ ମିଳିଛି ।  ସେଲିବ୍ରିଟିଙ୍କ ଉଚ୍ଚତା, ସମ୍ପତ୍ତି ସମେତ ସେମାନଙ୍କ ମୁଣ୍ଡର  ଖପୁରି କେତେ ଚିକ୍‌ଚିକ୍‌ କରୁଛି, ଅଧ୍ୟୟନରେ ତାହା  ଯାଞ୍ଚ୍‌ କରାଯାଇଥିଲା ।

ଏ ସମସ୍ତ ଆଧାରରେ ମୋଟ୍‌ ସେକ୍ସି  ଅଙ୍କ ୧୦ରୁ ସେମାନଙ୍କୁ ଅଙ୍କ ଦିଆଯାଇଥିଲା । ତାଲିକାରେ  ପ୍ରିନ୍ସ ୱିଲିୟମ୍‌ ୧୦ରୁ ମୋଟ୍‌ ୯.୮୮ ଅଙ୍କ ସହିତ ଶୀର୍ଷ  ସ୍ଥାନ ହାସଲ କରିଛନ୍ତି । ଅଧ୍ୟୟନ ଅନୁସାରେ, ପ୍ରିନ୍ସ  ୱିଲିୟମ୍‌ଙ୍କ ମୋଟ୍‌ ସମ୍ପତ୍ତି ପ୍ରାୟ ୧୦ କୋଟି ଡଲାର ।  ତାଙ୍କ ଉଚ୍ଚତା ୧.୯୧ ମିଟର । ‘ସାର୍ଟଲେସ୍‌’ ଓ ‘ନେକେଡ୍‌’  ଶବ୍ଦ ସହିତ ବର୍ଷକୁ ତାଙ୍କୁ ୩୭,୨୦୦ ଥର ଗୁଗଲ୍‌ରେ  ଖୋଜାଯାଇଛି । ସ୍ୱର ଆକର୍ଷଣୀୟତାରେ ପ୍ରିନ୍ସ ୱିଲିୟମ୍‌  ୧୦ରୁ ୯.୯୧ ଅଙ୍କ ପାଇଛନ୍ତି । ଉଜ୍ଜ୍ୱଳତା ମାମଲାରେ  ସେ ୧୦ରୁ ୮.୯୦ ଅଙ୍କ ହାସଲ କରିଥିଲେ ।

ଏହି  ଟାଇଟଲ ଜରିଆରେ ୱିଲିୟମ୍‌ ଗତ ବର୍ଷର ସବୁଠୁ  ସେକ୍ସି ଚନ୍ଦା ପୁରୁଷ ହଲିଉଡ୍‌ ସୁପର୍‌ଷ୍ଟାର ଭିନ୍‌  ଡିଜେଲଙ୍କୁ ପଛରେ ପକାଇଛନ୍ତି । ଏଥର ଭିନ୍‌ ୨ୟ  ଓ ସୁପର୍‌ଷ୍ଟାର ଜାସନ୍‌ ଷ୍ଟାଥମ୍‌ ୩ୟ ସ୍ଥାନ ହାସଲ  କରିଛନ୍ତି । ସାମୁଏଲ ଏଲ୍‌ ଜ୍ୟାକ୍ସନ ଚତୁର୍ଥ ସ୍ଥାନ  ପାଇଛନ୍ତି । ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌  ବେଜୋସ ୧୦ରୁ ୭.୧୨ ଅଙ୍କ ପାଇ ପଞ୍ଚମ  ସ୍ଥାନରେ ଅଛନ୍ତି ।

wp:embed {"url":"https://www.prameyanews7.com/dhoom-fame-director-sanjay-gadhvi-passed-away/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dhoom-fame-director-sanjay-gadhvi-passed-away/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.