ଭୟଙ୍କର ଦୁର୍ଘଟଣା : ଟ୍ରକ୍-ଅଟୋ ମୁହାମୁହିଁ ଧକ୍କା, ୭ ମୃତ

Published By : Prameya-News7 Bureau | November 05, 2022 IST

ବେଙ୍ଗାଲୁରୁ ୦୫।୧୧:  କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ଓ ଅଟୋ ରିକ୍ସା ମଧ୍ୟରେ ମୁହାମୁହିଁ ଧକ୍କା। ଏହି ଭୟଙ୍କର ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଡ୍ରାଇଭରଙ୍କ ସମେତ ୧୧ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।  ଦୁଇ ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ କର୍ଣ୍ଣାଟକର ବିଦର ଜିଲ୍ଲା ବିମାଲାଖେଡ଼ା ସରକାରୀ ସ୍କୁଲ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ନିୟନ୍ତ୍ରଣ ହରାଇ ଏକ ଟ୍ରକ୍ ମହିଳାଙ୍କୁ ନେଇ ଯାଉଥିବା ଏକ ଅଟୋ ରିକ୍ସାକୁ ଧକ୍କା ଦେଇଥିଲା। ଏଥିରେ ଅଟୋ ରିକ୍ସାଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ ହୋଇଯାଇଛି। ଦୁର୍ଘଟଣାରେ ୭ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଗାଡ଼ିଚାଳକଙ୍କ ସମେତ ମୋଟ୍ ୧୧ ଜଣ ଆହାତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ସେପଟେ ପୋଲିସର କହିବା ଅନୁଯାୟୀ, ସମସ୍ତ ମୃତ ମହିଳା ଶ୍ରମିକ ଶ୍ରେଣୀର। କାମ ସାରି ରାତିରେ ଅଟୋରେ ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.