scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୧ କୋଟି ୭୩ ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ, ୭ ଜଣଙ୍କୁ ବାନ୍ଧିଲା ପୋଲିସ

13/02/2024 at 1:45 PM

କଟକ ୧୩।୦୨ : କଟକ ଜିଲ୍ଲା ତିଗିରିଆ ଗୋଡିସାହି ଅଞ୍ଚଳରୁ ଏଟିଏମ୍‌ ଭ୍ୟାନ୍‌ ଲୁଟ୍‌ ଘଟଣା । ଦୀର୍ଘ ଦିନ ପରେ ଘଟଣାର ପର୍ଦ୍ଦାଫାଶ କଲା କଟକ ଗ୍ରାମାଞ୍ଚଳ ପୋଲିସ । ଲୁଟ୍‌ କରିଥିବା ଗ୍ୟାଙ୍ଗକୁ ଧରିଛି କଟକ ଗ୍ରାମାଞ୍ଚଳ ପୋଲିସ । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି ।

ଖବର ଅନୁଯାୟୀ, ୨୦୨୩ ନଭେମ୍ବର ୧୦ ତାରିଖ ଦିନ କଟକ ଜିଲ୍ଲା ତିଗିରିଆ କଲମ ବଗିଚା ରାଇସ୍‌ ମିଲ୍‌ ନିକଟରେ ଏଟିଏମ୍‌ ଭ୍ୟାନ୍‌ରୁ ଲୁଟ୍‌ ହୋଇଥିଲା । ଟଙ୍କା ବୋଝେଇ ଗାଡିରୁ ପ୍ରାୟ ୧ କୋଟି ୭୩ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ ଦୁର୍ବୃତ୍ତ । ଏତେ ବଡ଼ ଲୁଟ୍‌ ପରେ ଆକ୍ସନକୁ ଆସିଥିଲା ପୋଲିସ । ଶେଷରେ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ପୋଲିସ । ଲୁଟ୍‌ ଘଟଣାରେ ସଂପୃକ୍ତ ଥିବା ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ତିଗିରିଆ ପୋଲିସ । ସମସ୍ତ ଅଭିଯୁକ୍ତଙ୍କ ଘର ତିଗିରିଆ ଥାନା ପଙ୍କାଳ ଗାଁ ବୋଲି ଜଣାପଡିଛି । ଆଉ ସେମାନଙ୍କ ନିକଟରୁ ନଗଦ ୬୪ ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଛି। ରାତି ଅଧିଆ ଅପରେସନ କରି ଚଢ଼ାଉ କରିଥିଲା କଟକ ଗ୍ରାମାଞ୍ଚଳ ପୋଲିସ ଟିମ।

   Related Posts