ସୋନପୁରରେ ସିରିଜ୍ ଦୁର୍ଘଟଣା, ବୋଲେରୋ-ବାଇକ-ଅଟୋ ଧକ୍କା

Published By : Prameya-News7 Bureau | November 13, 2023 IST

ସୁବର୍ଣ୍ଣପୁରେ ୧୩/୧୧: ଜିଲ୍ଲା ଉଲୁଣ୍ଡା ବ୍ଲକ ପୋଢଟିକିରା ଛକ ନିକଟରେ ସଡ଼କ ଦୁର୍ଘଟଣା । ସୁବରର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ପୋଢାଟିକିରା ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ ସକାଳୁ ସାଗରପାଲିର ଲିଙ୍ଗରାଜ ବଡ଼ମାଳୀ ଏବଂ ଗଣେଶ ମେହେର ଏକ ବାଇକ୍ ଯୋଗେ ସମ୍ବଲପୁରକୁ ଯାଉଥିବା ବେଳେ ସମ୍ବଲପୁର ପଟରୁ ସୋନପୁର ପଟକୁ ଆସୁଥିବା ଏକ ବାଲେରୋ ବାଇକ୍‌କୁ ଧକ୍କା ଦେବା ସହ ଛିଡା ହୋଇଥିବା ଏକ ଟେମ୍ପୋକୁ ଧକ୍କା ଦେଇଥିଲା । ଫଳରେ ବାଲେରୋ ସାମ୍ନା ପଟୁ ଏବଂ ଟେମ୍ପୋ ଚୁର୍ ମାର ହୋଇଯାଇଥିବା ବେଳେ ବାଇକ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

wp:embed {"url":"https://www.prameyanews7.com/husband-and-wife-died-in-road-accident-ay-bhubaneswar-lingaraj-temple/","type":"wp-embed","providerNameSlug":"prameya-news-7"}
https://www.prameyanews7.com/husband-and-wife-died-in-road-accident-ay-bhubaneswar-lingaraj-temple/
/wp:embed

ଘଟଣା ସ୍ଥଳରୁ ବୋଲେରୋ ଗାଡିର ଡ୍ରାଇଭର ଫେରାର୍ ମାରିଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଂଚି ଦୁଇ ଗାଡିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.