କୋଲକାତା: ପଥର ମାଡ଼ ଅଭିଯୋଗ ପରେ ଗତକାଲି ପଶ୍ଚିମବଙ୍ଗ ବୋଲପୁରରେ ବନ୍ଦେ ଭାରତ ଟ୍ରେନ୍ ଅଟକିଥିଲା ବୋଲି ଅଭିଯୋଗ ହୋଇଥିଲା। ହେଲେ ଆଜି ଉତ୍ତର ରେଳବାଇ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଏଭଳି କୌଣସି ଘଟଣା ଘଟି ନାହିଁ କି ଟେକାପଥର ମାଡ଼ ହୋଇ ନାହିଁ ବୋଲି ରେଳବାଇ କହିଛି।
ଏହି ମାମଲାରେ NFR ପ୍ରାରମ୍ଭିକ ତଦନ୍ତ କରିଥିଲା। ଏନେଇ ସେ କହିଛି “ କିଛି ଯାତ୍ରା ଟେକାମାଡ଼ ସାଉଣ୍ଡ ଶୁଣିବା କଥା ଏକ ଗୁଜବ। ଏହି ସାଉଣ୍ଡ ପଥରମାଡ଼ ପାଇଁ ହୋଇନଥିଲା। ତେବେ ଝରକାରେ ଯେଉଁ ସ୍କ୍ରାଚ୍ ହୋଇଛି ତା ପଥର ମାଡ଼ ପାଇଁ ନୁହେଁ।” ରବିବାର ଏକ୍ସପ୍ରେସ ଉପରେ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ଟ୍ରେନ୍ର ସି ୧୪ ବଗିରେ ମାଡ଼ ହୋଇଥିବା ଅଭିଯୋଗ କରାଯାଇଥିଲା।
ବିଭାଗ ଏହି ମାମଲାରେ ତଦନ୍ତ ଜାରି ରଖିଛି। ମାଲଦ ଷ୍ଟେସନ ପୂର୍ବରୁ ଟ୍ରେନ୍ ଉପରେ ପଥରମାଡ଼ କରାଯାଇଥିଲା। ପୂର୍ବରୁ ହାଓଡ଼ା ଜଲପାଇଗୁଡ଼ି ଟ୍ରେନ୍କୁ ପଥର ମାଡ଼ ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ତେବେ ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଥିଲା ଯେ ଟ୍ରେନ୍ଟି ବିହାର ଦେଇ ଗଲାବେଳେ ଏହି ଆକ୍ରମଣ ହୋଇଥିଲା। ଏପଟେ ବିଜେପି ଏନ୍ଆଇଏ ତଦନ୍ତ ଦାବି କରିଛି।