ନୂଆଦିଲ୍ଲୀ ୧୪।୩: କୋଭିଡ-୧୯ ପୂର୍ବସ୍ଥିତିକୁ ଫେରିଛି ଦେଶର ବିମାନ ସେବା। ଏୟାର ଟ୍ରାଫିକ ଏବେ ସ୍ୱଭାବିକ ହୋଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୋମବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ଦେଶର ବିମାନକ୍ଷେତ୍ର ମହାମାରୀ ପୂର୍ବ ସ୍ଥିତିକୁ ଏବେ ଫେରିଆସିଛି। ସିନ୍ଧିଆ କହିଛନ୍ତି ଯେ କୋଭିଡ-୧୯ ପୂର୍ବରୁ ଦେଶରେ ଦୈନିକ ଯାତ୍ରୀଙ୍କ ଅଧିକତମ ସଂଖ୍ୟା ୪ ଲକ୍ଷ ପାଖାପାଖି ଥିଲା। ତେବେ ଗତ ଡିସେମ୍ବର ସୁଦ୍ଧା ଆମେ ୩.୮୩ ଲକ୍ଷ ପର୍ଯ୍ୟନ୍ତ ଆମେ ପହଞ୍ଚି ପାରିଥିଲୁ।
ସିନ୍ଧିଆ କହିଛନ୍ତି ଯେ ଆମେ ଏବେ ରିକୋଭରି ରାସ୍ତାକୁ ଫେରିଛୁ। ଏବେ ମହାମାରୀ ପୂର୍ବସ୍ତରରୁ ମାତ୍ର ୫ରୁ ୬ ପ୍ରତିଶତ ପଛରେ ରହିଛୁ। କୋଭିଡ-୧୯ କାରଣରୁ ଏହି କ୍ଷେତ୍ର ସମ୍ମୁଖୀନ ହୋଇଥିବା ଜଟିଳତା ସମ୍ପର୍କରେ ଉଲ୍ଲେଖ କରି ସିନ୍ଧିଆ କହିଛନ୍ତି ଯେ କ୍ଷେତ୍ର ଆର୍ଥି ମାମଲାରେ ଗୁରୁତର ପ୍ରଭାବିତ ହୋଇଥିଲା। ଏଥିରେ ତୃତୀୟ ଲହର ବେଳକୁ ଦୈନିକ ବିମାନ ଯାତ୍ରୀଙ୍କ ସଂଖ୍ୟା ୧.୬୦ ଲକ୍ଷ କୁ ଖସି ଆସିଥିଲା। ତେବେ ମାର୍ଚ୍ଚ ୧୩ ତାରିଖରେ ଦୈନିକ ବିମାନ ଯାତ୍ରୀଙ୍କ ସଂଖ୍ୟା ୩.୮୩ ଲକ୍ଷରେ ପହଞ୍ଚି ସାରିଥିବାରୁ ସଦନକୁ ସୂଚିତ କରିବାରେ ଖୁସି ଅନୁଭବ ହେଉଥିବା ସିନ୍ଧିଆ କହିଛନ୍ତି।
{"id":600103,"sizeSlug":"full","linkDestination":"none"}ଶିବସେନା ସାଂସଦ ଅନୀଲ ଦେଶାୟୀ କୋଭିଡ କାରଣରୁ ବିମାନ କ୍ଷେତ୍ରର ନିଯୁକ୍ତିରେ ହୋଇଥିବା କ୍ଷତି ସ୍ୱଭାବିକ କରିବା ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏଥିରେ ବିମାନ କ୍ଷେତ୍ର ଏବେ କୋଭିଡ ପୂର୍ବସ୍ଥିତିକୁ ଫେରିଆସିଥିବାରୁ ରୋଜଗାର ଅବସର ମାମଲାରେ ଆମେ ଏକ ଓଲଟ ପ୍ରଭାବ ଦେଖିବୁ ବୋଲି ସିନ୍ଧିଆ ଆଶାପ୍ରକଟ କରିଛନ୍ତି। ଏଥିରେ ଏନସିପି ସାଂସଦ ପ୍ରଫୁଲ୍ଲ ପଟେଲ ବର୍ତ୍ତମାନ ବଜାରରେ ଅଶୋଧିତ ତୈଳର ଉଚ୍ଚ ମୂଲ୍ୟ ଯୋଗୁ ବିମାନ କ୍ଷେତ୍ର ଉପରେ ଏହାର ପ୍ରଭାବ ଜାଣିବାକୁ ଚାହିଁଥିଲେ।
ଜବାବରେ ସିନ୍ଧିଆ ବିମାନ ବ୍ୟବସାୟ ଦେଶରେ ପୂର୍ବସ୍ଥିତିକୁ ଏବେ ଫେରିଆସିଥିବାରୁ ଏହି କ୍ଷେତ୍ର ଯେପରି ଅନ୍ୟ କୌଣସି ସମସ୍ୟାର ସମ୍ମୁଖୀନ ନହୁଏ ସେଥିପ୍ରତି ସରକାର ସଜାଗ ଅଛନ୍ତି। ଏମିତିରେ ଇନ୍ଧନ ଉପାଦାନ ସମୂଦାୟ ମୂଲ୍ୟର ପାଖାପାଖି ୩୫ ପ୍ରତିଶତ। ତେବେ ଯେଉଁ ରାଜ୍ୟମାନେ ଏଭିଏସନ ଟର୍ବାଇନ ଫ୍ୟୁଲରେ ଅଧିକ ଶୁଳ୍କ ଅସୁଲ କରୁଛନ୍ତି ସେହି ସବୁ ରାଜ୍ୟ ସରକାରଙ୍କ ସହ ସେ ବ୍ୟକ୍ତିଗତ ଆଲୋଚନା କରିବେ ବୋଲି ସିନ୍ଧିଆ ଗୃହକୁ କହିଛନ୍ତି।