ଅଦିନିଆ ବର୍ଷା ପବନରେ ଉଡ଼ିଗଲା ସ୍କୁଲ ଆଜବେଷ୍ଟସ, ଏବେ ପିଲାମାନେ ପଢିବେ କେମିତି ?
26/03/2023 at 6:35 PM

ଆଠଗଡ଼: ଆଠଗଡରେ କାଳବୈଶାକୀ ତାଣ୍ଡବ। ଅଦିନିଆ ବର୍ଷା ପବନରେ ଉଡ଼ିଗଲା ସ୍କୁଲ ଆଜବେଷ୍ଟସ। ଆଜି ଅପରାହ୍ନରେ ହଠାତ୍ ବର୍ଷା ସହ ତୀବ୍ର ବେଗରେ ପବନ ହେବାରୁ ସ୍କୁଲର ଆଜବେଷ୍ଟସ୍ ସଂପୂର୍ଣ୍ଣ ଭାବେ ଉଡି ଯାଇଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ନୂଆପାଟଣା ଜେମାଦେଇପୁରର ସରସ୍ବତୀ ବିଦ୍ୟା ମନ୍ଦିରର। ଏବେ ପିଲାମାନେ କେମିତି ପଢିବେ, ସେ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ସରସ୍ବତୀ ବିଦ୍ୟା ମନ୍ଦିରର ୮ ବଖରା ଶେଣୀଗୃହ ଆଜବେଷ୍ଟସ। ୨୦୧୧ ମସିହାରେ ଆରମ୍ଭ ହୋଇଥିବା ଏହି ସ୍କୁଲରେ ପ୍ରାରମ୍ଭ ଶ୍ରେଣୀ ଠାରୁ ଅଷ୍ଟମ ପର୍ଯ୍ୟନ୍ତ ୩୦୦ ପିଲା ପଢୁଛନ୍ତି। ଜୋରେ ପବନ ହେବା ଫଳରେ ସ୍କୁଲର ଆଜବେଷ୍ଟସ ଉଡି ଯାଇଛି। ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କ୍ଷତି ହେବା ସହ ସରକାରୀସ୍ତରରେ ଏହି ସ୍କୁଲକୁ ଆର୍ଥିକ ସାହାଯ୍ୟ ପାଇଁ ପରିଚାଳନା କମିଟି ଅନୁରୋଧ କରିଛନ୍ତି।