ହେମନ୍ତ ସୋରେନଙ୍କୁ ମିଳିବ କି ‘ସୁପ୍ରିମ’ ଆଶ୍ବସ୍ତି ? ସୋମବାର ଚ୍ୟାଲେଞ୍ଜ ଆବେଦନର ଶୁଣାଣି

Published By : Prameya-News7 Bureau | May 13, 2024 IST

ନୂଆଦିଲ୍ଲୀ: ୧୩/୦୫: ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ   ନିର୍ଦ୍ଦେଶାଳୟର ଗିରଫଦାରିକୁ ବିରୋଧ କରି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦାୟର କରିଥିବା ଆବେଦନର ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିବେ । ବିଚାରପତି ସଞ୍ଜିବ  ଖାନ୍ନା ଓ ବିଚାରପତି  ଦିପଙ୍କର ଗୁପ୍ତାଙ୍କୁ ନେଇ ଗଠିତ  ଖଣ୍ଡପୀଠ ମାମଲାର ଶୁଣାଣି କରିବା ଲାଗି  ଦିନଧାର୍ଯ୍ୟ କରିଛନ୍ତି । 

ଗିରଫଦାରି ବିରୋଧରେ ହେମନ୍ତ କରିଥିବା ଆବେଦନକୁ ଗତ ୩ ତାରିଖରେ   ହାଇକୋର୍ଟ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଏଥିସହ ଏହି  ମାମଲାରେ ସର୍ବୋଚ୍ଚ ଅଦାଲତ ରାୟ ଦେବା ପୂର୍ବରୁ ତାଙ୍କୁ ଲୋକସଭା ନିର୍ବାଚନ ଲାଗି ପ୍ରଚାର ଅନୁମତି  ଦେବାକୁ ହେମନ୍ତ ଅନୁରୋଧ କରିଛନ୍ତି । ଗତ  ଜାନୁଆରୀ ୩୧ ତାରିଖରେ ଇଡି ହେମନ୍ତଙ୍କୁ ଗିରଫ  କରିଥିଲା । ତେବେ ଏହା ପୂର୍ବରୁ ସେ ରାଜ୍ୟପାଳଙ୍କୁ  ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ରାଜ୍ୟର ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନ ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେମନ୍ତ  ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ତାଙ୍କୁ  ରାଞ୍ଚିର ବିର୍ସାମୁଣ୍ଡା ସେଣ୍ଟ୍ରାଲ ଜେଲ୍‌ରେ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.