ଏପରି ଯାଚିକା ଦାଖଲ କରିଥିବା ଲୋକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଆଦାୟ କରି ଆଣ, ପୋଲିସକୁ ସୁୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | August 06, 2022 IST

ନୂଆଦିଲ୍ଲୀ:  ପ୍ରଚାର ଏବଂ ଲୋକପ୍ରିୟତା ପାଇବା ପାଇଁ ଯାଚିକା ଦାଖଲ କରୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରିବା ପାଇଁ ସୁପ୍ରମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଥିବା ଆବେଦନକାରୀଙ୍କ ଠାରୁ ଏହା ଆଦାୟ କରାଯିବ। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଜେପି ପାରଦୀୱାଲାଙ୍କ ଖଣ୍ଡପୀଠ ପୋଲିସକୁ ନିର୍ଦ୍ଦେଶ ଦେଇ ଯେପରି ପୂରା ଅର୍ଥରାଶି ଆଦାୟ କରାଯିବ ତାହା ସୁନିଶ୍ଚିତ କରିବାକୁ କହିଛନ୍ତି ।

୨୦୧୭ ଅଗଷ୍ଟ ୨୪ରେ ସ୍ୱାମୀ ଓମ(ଦିଗଙ୍ଗତ) ଏବଂ ମୁକେଶ ଜୈନ ନାମକ ବ୍ୟକ୍ତିଙ୍କର ଯାଚିକା ଖାରଜ କରିଥିଲେ । କୋର୍ଟ କହିଥିଲେ ଏହି ଯାଚିକା ସମ୍ପୂର୍ଣ୍ଣ ରୂପେ ପ୍ରେରିତ ଏବଂ ପବ୍ଲିସିଟି ସଣ୍ଟ ଥିଲା ଯାହାର ନନ୍ଦା କରିବା ଜରୁରୀ । ଏହାସହ ଯାଚିକାକର୍ତ୍ତାଙ୍କ ଉପରେ 10 ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଥିଲେ।

ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟ ଭାଟୀ କହିଛନ୍ତି, ଦିଲ୍ଲୀ ପୋଲିସ କମିଶନର ଏବେ କୋର୍ଟଙ୍କ ନିର୍ଦ୍ଦେଶ ପାଳନକୁ ସୁନିଶ୍ଚିତ କରାଇବେ। 10 ଲକ୍ଷ ଟଙ୍କାର ରାଶିକୁ ଲ୍ୟାଣ୍ଡ ରେଭେନ୍ୟୁର ଏରିୟର ଭାରେ ଆଦାୟ କରାଯିବ। ଆସନ୍ତା ନଭେମ୍ୱର 7ରେ ମାମଲାର ପରବର୍ତ୍ତି ଶୁଣାଣି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.