ଗୌତମ ନାଭ୍ଲଖାଙ୍କୁ ଗୃହବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | November 10, 2022 IST

ନୂଆଦିଲ୍ଲୀ: ଇଲଗର ପରିଷଦ ମାଓବାଦୀ ଲିଙ୍କ୍ ନେଇ ଜେଲ୍‌ରେ ଥିବା ଆନ୍ଦୋଳନକାରୀ ଗୌତମ ନାଭ୍ଲଖଙ୍କୁ ଗୃହବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ। ତେବେ ଏଥିପାଇଁ କୋର୍ଟ କିଛି ସର୍ତ୍ତ ରଖିଛନ୍ତି। ଗୌତମ ନାଭ୍ଲଖାଙ୍କ ଡାକ୍ତରୀ ରିପୋର୍ଟକୁ ଖାରଜ କରିବାର କୌଣସି କାରଣ ନାହିଁ ବୋଲି କୋର୍ଟ କହିଛନ୍ତି।

କୋର୍ଟ ତାଙ୍କ ଅର୍ଡରରେ କହିଛନ୍ତି ଯେ ଗୌତମଙ୍କୁ ଗୃହବନ୍ଦୀ କରାଯାଇପାରିବ। ୪୮ ଘଣ୍ଟା ଧରି ଜେରା କରିବା ପରେ ତାଙ୍କୁ ବନ୍ଦୀ କରି ରଖିବାକୁ ଦିଆଯାଇଛି।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଗୃହବନ୍ଦୀ ପାଇଁ ନାଭ୍ଲାଖାଙ୍କୁ ବ୍ୟକ୍ତିଗତ ୨୪୦.୦୦୦ ଟଙ୍କାର ମୁଚାଲିକା ଦେବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।   

ଗୃହବନ୍ଦୀ ନିର୍ଦ୍ଦେଶରେ ନାଭ୍ଲଖ ଫୋନ୍‌ରେ କାହା ସହ କଥା ହୋଇପାରିବେ ନାହିଁ। ସେ ମୋବାଇଲ୍ ଫୋନ୍, ଇଣ୍ଟରନେଟ୍‌, ଲାପଟପ ଓ ଅନ୍ୟାନ୍ୟ କମ୍ୟୁନିକିସେନ ସାମଗ୍ରୀ ବ୍ୟବହାର କରିବାକୁ ବ୍ୟାନ୍ କରାଯାଇଛି। ତେବେ ପୁଲିସ ଯଦି ମୋବାଇଲ୍‌ ଦିଏ ତେବେ ସେ ଦିନରେ ଥରେ ମାତ୍ର ଏହାର ବ୍ୟବହାର କରିପାରିବେ। ଓ ସେହିଭଳି ଫୋନ୍‌ରେ ମାତ୍ର ୧୦ ମିନିଟ୍ ପାଇଁ କଥା ହୋଇପାରିବେ ବୋଲି କୋର୍ଟ କହିଛନ୍ତି। ତା ସହିତ ନାଭ୍ଲାଖା ନାଭୀ ମୁମ୍ବାଇ ଛାଡ଼ି ଯାଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।     

ଏଥିସହିତ ଆବେଦକ(ନାଭ୍ଲଖା) ସପ୍ତାହରେ ମାତ୍ର ଦୁଇଥର ପରିବାର ଲୋକଙ୍କୁ ଭେଟିପାରିବେ। ମାତ୍ର ୩ ଘଣ୍ଟା ପାଇଁ ସେ ପରିବାରକୁ ଭେଟିପାରିବେ। ଆବେଦକଙ୍କ ଖର୍ଚ୍ଚରେ ତାଙ୍କ ଉରେ ନଜ ରଖିବା ପାଇଁ ସିସିଟିଭି ଲଗାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.