ଫାଇନାନ୍ସ କମ୍ପାନୀରୁ ଚୋରି : ବନ୍ଧାହେଲେ ସେହି କମ୍ପାନୀର ସିନିୟର ମ୍ୟାନେଜର

Published By : Prameya-News7 Bureau | November 17, 2023 IST

ଆନନ୍ଦପୁର ୧୭।୧୧: କେନ୍ଦୁଝର ଜିଲ୍ଲା ଆନନନ୍ଦପୁର ଗୈଡସାହି ଠାରେ ଥିବା ଏସ.ବି.ଡି ଫାଇନାନ୍ସରୁ ୨ ଲକ୍ଷ ୨୭ ହଜାର ଟଙ୍କା ସହ ଏକ ଲାପଟପ ଓ ଟ୍ୟାବଲେଟ୍ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ଆଉ କେହି ନୁହଁ ବରଂ ନିଜ ଫାଇନାନ୍ସ କମ୍ପାନୀର କାର୍ଯ୍ୟରତ ସିନିୟର ମ୍ୟାନେଜର ଜନ୍ମଜୟ ଦାସ ବୋଲି ପେଲିସ ପକ୍ଷରୁ ସୂଚନା ମିଳିଛି ।

{"id":870894,"sizeSlug":"full","linkDestination":"none"}

ଗତ ୧୨ ତାରିଖରେ ଚୋରି ହୋଇଥିବା ବେଳେ ଜନ୍ମଜୟ ତିନି ଦିନି ଧରି ଛୁଟିରେ ରହି ନିଜ ଘର ଭଦ୍ରକ ଜିଲ୍ଲା ଧାମନଗର ଯାଇଥିଲେ । ୧୪ ତାରିଖ ଦିନ ଏହି ଘଟଣା ବାବଦରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ମୋବାଇଲ୍ ନଂକୁ ଯାଞ୍ଚ କରିବା ପରେ ଜନ୍ମଜୟକୁ ଗିରଫ କରିବା ସହ ତା ନିକଟରୁ ଚୋରି ଟଙ୍କା, ଲାପଟପ୍, ଟାବଲେଟ୍ ସମେତ ଲୁହା ଆଲମିରା କାଟିବାରେ ବ୍ୟବହୃତ କଟର ମେସିନ୍ ଜବତ କରିଛି ପୋଲିସ ।

You Can Read :

wp:embed {"url":"https://www.prameyanews7.com/auction-of-chief-engineers-office-furniture-in-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/auction-of-chief-engineers-office-furniture-in-bhubaneswar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.