ଭାରତ ଯୋଡ଼ୋ ପୋଷ୍ଟରରେ ରାହୁଲଙ୍କ ସଙ୍ଗେ ସାଭରକରଙ୍କ ଛବି! କଂଗ୍ରେସ୍ କହିଲା ରୁଜୁ ହେବ ମାମଲା

Published By : Prameya-News7 Bureau | October 06, 2022 IST

ବେଙ୍ଗାଲୁରୁ ୬।୧୦: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା କର୍ଣ୍ଣାଟକରେ ପହଞ୍ଚିଛି। ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଗୁରୁବାର ମାଣ୍ଡ୍ୟାରେ ଯାତ୍ରା ସହ ନିଜକୁ ସାମିଲ କରିଛନ୍ତି। ଏଥିରେ କଂଗ୍ରେସର ପୋଷ୍ଟର ନକଲରେ ପୋଷ୍ଟର କରି ଲଗାଯାଇଥିବା ଦେଖା ଯାଇଛି। ଯେଉଁଥିରେ ରାହୁଲ ଗାନ୍ଧି ସହ ପୁଣି ସାଭରକରଙ୍କ ଛବି ଥିବା ଦେଖାଯାଇଛି। ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କଂଗ୍ରେସ ଏପରି ପୋଷ୍ଟର କୌଣସି ଠାରେ ଲଗାଇ ନଥିବା କହିଛି।

{"id":692659,"sizeSlug":"full","linkDestination":"none"}

ତେବେ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କଂଗ୍ରେସ ଏହାର ସଂଜ୍ଞାନ ନେଇଥିବା ବେଳେ ପୋଷ୍ଟରକୁ ନେଇ ପୋଲିସରେ ଏତଲା ଦେବାକୁ ନିଷ୍ପତ୍ତି ହୋଇଛି। କଂଗ୍ରେସ ନେତା ମହମ୍ମଦ ନଲପଦ ଏହା ଅସାମାଜିକ ତତ୍ୱଙ୍କ ବଦମାସି ବୋଲି  କହିଛନ୍ତି। ଆମ ଦଳ ପକ୍ଷରୁ ଏପରି ପୋଷ୍ଟର କେଉଁଠାରେ ଲଗାଯାଇନଥିବା ସେ କହିଥିବା ବେଳେ ଏ ନେଇ ମାଣ୍ଡ୍ୟା ଜିଲ୍ଲାରେ ଅଭିଯୋଗ କରାଯିବ ବୋଲି କହିଛନ୍ତି।

{"id":692658,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ୩୦ ସେପ୍ଟେମ୍ବର ଦିନ କର୍ଣ୍ଣାଟକରେ ପ୍ରବେଶ କରିଥିଲା। ଯାତ୍ରା ସ୍ୱାଗତ ଲାଗି ଲଗାଯାଇଥିବା ପୋଷ୍ଟରରୁ ୪୦ଟିକୁ କେହି ଚିରି ବିକୃତ କରି ଦେଇଥିବା ପ୍ରଥମ ଦିନ ଦେଖାଯାଇଥିଲା। କଂଗ୍ରେସର ଫଟା ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏଥିଲାଗି କଂଗ୍ରେସ ବିଜେପିକୁ ଦାୟି କରିଥିଲା। ଏହା ପୂର୍ବରୁ ମଧ୍ୟ କଂଗ୍ରେସର ପୋଷ୍ଟରରେ ସାଭରକରଙ୍କ ଛବି ଭାଇରାଲ ହୋଇଥିଲା। ତେବେ ସେତେବେଳେ କଂଗ୍ରେସ ଏହାକୁ ପ୍ରିଣ୍ଟିଂ ମିଷ୍ଟେକ କହି ଟାଳି ଯାଇଥିଲା। ଭାରତ ଯୋଡୋ ଯାତ୍ରା ଲାଗି ଏପରି ବ୍ୟାନର ଓ ପୋଷ୍ଟର କେରଳରେ ଲଗାଯାଇଥିଲା। ପୋଷ୍ଟରକୁ ନେଇ ବିଜେପି ସେତେବେଳେ କଂଗ୍ରେସକୁ ଘେରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.