LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଇରାନ ପରେ ଏବେ ଏହି ଶତ୍ରୁ ରାଷ୍ଟ୍ର ସହ ବନ୍ଧୁତା କରିବ ସାଉଦି ଆରବ, ୧୦ ବର୍ଷ ପରେ ଖୋଲିବେ ଦୂତାବାସ

24/03/2023 at 6:03 PM

ନୂଆଦିଲ୍ଲୀ: ରମଜାନ ମାସ ଆରମ୍ଭ ହୋଇସାରିଛି ଏବଂ ଏହାରି ଭିତରେ ଇସଲାମିକ୍ ଦୁନିଆରେ ଏକତା ବଢୁଥିବା ଦେଖିବାକୁ ମିଳୁଛି । କିଛି ଦିନ ପୂର୍ବେ ଇରାନ ସହ ପୁଣି ଥରେ କୂଟନୀତିକ ସମ୍ପର୍କ ଆରମ୍ଭ କରିବା ନେଇ ସାଉଦି ଘୋଷଣା କରିଥିଲା । ଶିଆ ଏବଂ ସୁନ୍ନିର ନେତୃତ୍ୱ ନେଉଥିବା ଦୁଇ ଦେଶ ମଧ୍ୟରେ ଘନିଷ୍ଠତା ବିଶ୍ୱ ରାଜନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାରି ଭିତରେ ସାଉଦି ଆରବ ଏବଂ ସିରିଆ ପରସ୍ପର ମଧ୍ୟରେ କୂଟନୀତିକ ସମ୍ପର୍କ ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦୁଇ ଦେଶ ଏକ ଦଶନ୍ଧି ପୂର୍ବେ ନିଜ ସମ୍ପର୍କକୁ ଶେଷ କରିଥିଲେ ଏବଂ ଦୂତାବାସ ବନ୍ଦ କରି ଦେଇଥିଲେ ।

ସିରିଆ ଏବଂ ସାଉଦି ଆରବ ନିଜ ନିଜ ଦେଶରେ ପୁଣି ଥରେ ଦୂତାବାସ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଦାବି କରାଯାଉଛି ଯେ ଇରାନ ଏବଂ ସାଉଦି ଆରବ ମଧ୍ୟରେ ଘନିଷ୍ଠତା ଆସିବା ପରେ ହିଁ ଏହା ସମ୍ଭବ ହୋଇପାରିଛି । ଉଲ୍ଲେଖଯୋଗ୍ୟ ଯେ ସିରିଆକୁ ଇରାନ ସାହାଯ୍ୟ କରିଆସୁଛି । ଏହି କାରଣରୁ ହିଁ ସିରିଆ ଏବଂ ସାଉଦି ମଧ୍ୟରେ ଦୂରତା ବଢିଥିଲା । ୨୦୧୧ରେ ସିରିଆରେ ଗୃହଯୁଦ୍ଧ ଆରମ୍ଭ ହେବା ପରେ ଉପସାଗରୀୟ ଦେଶଗୁଡିକ ସିରିଆକୁ ଏକା କରି ଦେଇଥିଲେ ।

ଏପ୍ରିଲର ଦ୍ୱିତୀୟ ସପ୍ତାହରେ ଇଦ୍ ପରେ ଉଭୟ ଦେଶ ଦୂତାବାସ ଖୋଲିବେ । ତେବେ ସାଉଦି ଆରବର ବିଦେଶ ମନ୍ତ୍ରାଳୟ ଏହି ଖବର ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ରଖି ନାହିଁ । ଉଲ୍ଲେଖଯୋଗ୍ୟ ଯେ ଆମେରିକା ସହ ସାଉଦି ଅରବ ଏବଂ କତାର ପରି ଦେଶ ସିରିଆରେ ବିଦ୍ରୋହୀ ସଂଗଠନର ସମର୍ଥନ କରି ଆସୁଛନ୍ତି । ସାଉଦିର ଏହି ନିଷ୍ପତ୍ତି ପୁଣି ଥରେ ଆମେରିକାକୁ ଏକ ଝଟକା ବୋଲି କୁହାଯାଉଛି ।

   Related Posts