ବିଜେପିର ୪ ନେତା କରୁଛନ୍ତି ହିଂସା ଆଚରଣ: ସସ୍ମିତ ପାତ୍ର

Published By : Prameya-News7 Bureau | November 29, 2022 IST

ଭୁବନେଶ୍ବର୨୯/୧୧; ବିଜେପିର ୪ ନେତା କୁସୁମ ଟେଟେ, କାଳନ୍ଦି ସାମଲ, ପିଙ୍କି ପ୍ରଧାନ, ଠାକୁର ରଣଜିତ୍ ଦାସ ପଦ୍ମପୁରରେ ହିଂସା ଆଚରଣ କରୁଛନ୍ତି । ତେଣୁ ଏହି ନେତାମାନଙ୍କୁ ପଦ୍ମପୁର ଉପନିର୍ବାଚନ ପ୍ରଚାରରୁ ବାଦ୍ ଦେବାକୁ ଦାବି କଲା ବିଜେଡି । ଏନେଇ CEOଙ୍କ ନିକଟରେ ମଧ୍ୟ ଫେରାଦ ହେବ ବିଜେଡି ।
ବିଜେଡି ସାଂସଦ ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି । ସସ୍ମିତ କହିଛନ୍ତି, BJP ଶାନ୍ତି, ମୈତ୍ରୀରେ ବିଶ୍ୱାସ କରେନି । ଓଡ଼ିଶାକୁ UP ଓ ବିହାର କରିବାକୁ ଚାହୁଁଛି । ହିଂସାକୁ ଚରମ ସୀମାକୁ ନେଇ ଗଲାଣି BJP । ପଦ୍ମପୁରର ଗୋଟେ ବ୍ୟବସାୟ ପ୍ରତିଷ୍ଠାନରେ GST ରେଡ୍ ବେଳେ ବିଜେପିର ନେତା କାଳନ୍ଦୀ ସାମଲ, ପିଙ୍କି ପ୍ରଧାନ, ଠାକୁର ରଣଜିତ୍ ଦାସ ରେଡ୍ କରୁଥିବା ଅଧିକାରୀଙ୍କୁ ହଇରାଣ କରିଛନ୍ତି । ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ଯାହାକି ନିନ୍ଦନୀୟ । GST ରେଡ୍ ସାରି ଫେରୁଥିବା ବେଳେ ଜଣେ ମହିଳା ଅଧିକାରୀଙ୍କୁ ବିଜେପି କର୍ମୀମାନେ ମାଡ଼ପିଟ କଲେ । ହଇରାଣ କଲେ । BJPର ନେତା ଦିଲ୍ଲୀପ ସେନାପତି ଟଙ୍କା ବାଣ୍ଟୁଥିବା ବେଳେ ଗାଁ ଲୋକଙ୍କ ଦ୍ୱାରା ଧରା ପଡ଼ିଥିଲେ । ତେଣୁ ତାଙ୍କୁ ବଞ୍ଚାଇବା ଲାଗି ବିଜେପି ତାଙ୍କୁ ଅପହରଣ କରିଥିବା ନେଇ ମିଥ୍ୟା ମାମଲା ଦେଇଛି । BJP ନେତ୍ରୀ କୁସୁମ ଟେଟେ GST ରେଡ୍ କରୁଥିବା ଅଧିକାରୀଙ୍କୁ ହଇରାଣ କରିଛନ୍ତି । ତେଣୁ ସେମାନଙ୍କୁ ପଦ୍ମପୁର ଉପନିର୍ବାଚନ ରୁ ବାଦ୍ ଦେବାକୁ ଦାବି କରିଛି ବିଜେଡି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.