ବେଆଇନ୍ ଭାବେ ଚାଲିଥିଲା ବାଲି ଚାଲାଣ, ପାଟ୍ରୋଲିଂ ବେଳେ ଧରିଲା ପୋଲିସ

Published By : Prameya-News7 Bureau | July 04, 2025 IST

ଆନନ୍ଦପୁର ୦୪।୦୭ : ବେଆଇନ୍‌ ଭାବେ ଚାଲିଥିଲା ବାଲି ପରିବହନ । ଅଧାରାସ୍ତାରେ ମାଡ଼ିବସିଲା ପୋଲିସ । ୩ ବାଲି ବୋଝେଇ ହାଇଓ୍ୱା ଓ ଗୋଟିଏ ଟିପରକୁ ଜବତ କରିଛି ପୋଲିସ । ଏହାସହ ଜଣେ ଡ୍ରାଇଭରକୁ ମଧ୍ୟ ଅଟକ ରଖିଛି ପୋଲିସ । 

ଖବର ଅନୁଯାୟୀ, ବର୍ଷା ଋତୁକୁ ଲକ୍ଷ୍ୟ ରଖି କେନ୍ଦୁଝର ଜିଲ୍ଲାର ପ୍ରଶାସନ ତରଫରୁ ଗତ ଜୁନ୍‌ ୫ ତାରିଖରୁ ଅକ୍ଟୋବର ୧୫ ତାରିଖ ଯାଏଁ ବାଲି ପରିବହନକୁ ପୁରା ବନ୍ଦ କରାଯାଇଛି । ହେଲେ ବୈତରଣୀ ଅବବାହିକାରେ ହାଟଡିହି ବ୍ଲକ ଅଞ୍ଚଳରେ ଥିବା ବାଲିଘାଟ ଲିଜ୍‌ ଧାରୀମାନେ ଏହାକୁ ମାନୁନାହାନ୍ତି । ଯାହାର ସ୍ପଷ୍ଟ ପ୍ରମାଣ ଆଜିର ଏହି ବଡ଼ବଡ଼ ଗାଡ଼ିରେ ବାଲି ଚାଲାଣ ହେଉଥିବା ଘଟଣାରୁ ମିଳିଛି । ଭୋର ସମୟରେ ପାଟ୍ରୋଲିଂ ସମୟରେ ବେଆଇନ୍‌ ବାଲି ଚାଲାଣ ବେଳେ ଧରିଥିଲା ନନ୍ଦିପଦା ଥାନା ପୋଲିସ । ସମସ୍ତ ଗାଡ଼ିକୁ ଜବତ କରି ଡ୍ରାଇଭରକୁ ଅଟକ ରଖି ଜେରା କରୁଛି ପୋଲିସ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.