ପର୍ଯ୍ୟଟନ ଦିବସରେ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ଶୁଭେଚ୍ଛା, ଗୋଲ୍ଡେନ୍‌ ବିଚ୍‌ରେ ବଲୁକା କଳା ନିର୍ମାଣ

Published By : Prameya-News7 Bureau | September 26, 2022 IST

ପୁରୀ, ୨୬।୦୯: ପ୍ରତିବର୍ଷ ୨୭ ସେପ୍ଟେମ୍ବରରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଏ । ପର୍ଯ୍ୟଟନ ଏବଂ ପର୍ଯ୍ୟଟନ ସହିତ ଜଡ଼ିତ ଥିବା ଲୋକଙ୍କ ମଧ୍ୟରେ ଭ୍ରାତୃଭାବ ସମ୍ପର୍କ ବଜାୟ ରଖିବା ପାଇଁ ଏହି ଦିନର ଉତ୍ସବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ପୁରୀ ଗୋଲ୍ଡେନ ବିଚରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସ -୨୦୨୨ ର ବିଷୟବସ୍ତୁ ହେଉଛି “ପୁନର୍ବାର ପର୍ଯ୍ୟଟନ”। ସୁଦାମଙ୍କ ଏହି ବାଲୁକା କଳାରେ ୨୦ ଟନ ବାଲି ବ୍ୟବହୃତ ହୋଇଥିବା ବେଳେ ଏହାକୁ ନିର୍ମାଣ କରିବା ପାଇଁ ତାଙ୍କୁ ଦୀର୍ଘ ୧୨ ଘଣ୍ଟା ସମୟ ଲାଗିଥିଲା। ଲୋକଙ୍କ ମଧ୍ୟରେ ପର୍ଯ୍ୟଟନ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପର୍ଯ୍ୟଟନ ମାଧ୍ୟମରେ ଓଡିଶା ଏବଂ ବିଶେଷ ପୁରୀକୁ ଅଧିକ ପର୍ଯ୍ୟଟକ ଆସିବା ପାଇଁ ଆକର୍ଷିତ ହେବେ ସେନେଇ ଏହି ବାଲୁକା କଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ସୁଦାମ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.