ବେଆଇନ୍ ଭାବେ ହେଉଥିଲା ଗୋଚାଲାଣ, ଗାଡିକୁ ଅଟକାଇ ପୋଲିସ୍ ଜିମା ଦେଲେ ଲୋକେ
27/03/2023 at 7:53 AM

ସାନଖେମୁଣ୍ଡି ୨୭।୦୩ : ଗୋଚାଲାଣ ବେଳେ ଅଟକାଇଲେ ସ୍ଥାନୀୟ ଯୁବକ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜଗନ୍ନାଥପୁର ସାମନ୍ତରାପୁର ନିକଟରୁ ପିକ୍ଅପ୍ ଭ୍ୟାନ୍କୁ ଜବତ କରିଛି ପୋଲିସ ।
ଖବର ଅନୁଯାୟୀ, ସାମନ୍ତରାପୁର ଗାଁ ନିକଟରେ ଗୋଚାଲାଣ ବେଳେ ଏକ ପିକ୍ଅପ୍ ଭ୍ୟାନ୍କୁ ଅଟକ ରଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିକ୍ଅପ୍ ଭ୍ୟାନ୍କୁ ଜବତ କରିବା ସହ ଗାଈମାନଙ୍କୁ ଉଦ୍ଧାର କରିଛି ।
Related Posts
ଗଛକୁ ଧକ୍କା ଦେଲା ବାଇକ୍; ଚାଳକ ମୃତ
29 May 2023