ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲା : ଅପହରଣକାରୀ ମାଗୁଥିଲେ ୯୦ଲକ୍ଷ ଟଙ୍କା, ଅଡିଓ ଭାଇରାଲ୍

Published By : Prameya-News7 Bureau | April 08, 2023 IST

ଝାରସୁଗୁଡା ୮।୪: ଦଶମ ଶ୍ରେଣୀ ଛାତ୍ର ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲାର ଅଡିଓ ଭାଇରାଲ । ସମର୍ଥଙ୍କ ବାପା ସୁନୀତ ଅଗ୍ରୱାଲଙ୍କୁ ଅପହରଣକର୍ତ୍ତା ଫୋନ୍ କରି ଟଙ୍କା ମାଗୁଛନ୍ତି । ଅପହରଣକାରୀ ଅମିତ ଶର୍ମାଙ୍କ ଅଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

ଅପହରଣକାରୀ ଅମିତ ମାଗୁଛି ୯୦ଲକ୍ଷ ଟଙ୍କା । ଟଙ୍କା ଦେବାକୁ ସମୟ ମଧ୍ୟ ଦେଉଛି । କିନ୍ତୁ ନିଜ ପୁଅକୁ ସୁରକ୍ଷିତ ରଖିବାକୁ ବାପା ସୁନୀତ ଗୁହାରି କରିବା ସହ ସେ ୯୦ ଲକ୍ଷ ଟଙ୍କା ଯୋଗାଡ କରିବା ଅବସ୍ଥାରେ ନଥିବା ଏବଂ ଯାହା ସମ୍ଭବ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅଡିଓ ହେଉଛି ପୁଅ ସମର୍ଥକୁ ହତ୍ୟା କରିବା ପରର ଅଡିଓ । କାରଣ ପ୍ରଥମେ ସମର୍ଥକୁ ଅପହରଣ କରି ୫୦ଲକ୍ଷ ଟଙ୍କା ଦାବି କରିଥିଲେ ଅମିତ ଶର୍ମା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.